ୟାସିନ ମଲିକକୁ ଆଜୀବନ କାରାଦଣ୍ଡ ପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ହାଇ ଆଲର୍ଟ

Advertisment
ୟାସିନ ମଲିକକୁ ଆଜୀବନ କାରାଦଣ୍ଡ ପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଦିଲ୍ଲୀରେ ହାଇ ଆଲର୍ଟ

livehindustan

ନୂଆଦିଲ୍ଲୀ: ଆତଙ୍କବାଦକୁ ପାଣ୍ଠି ଯୋଗଣ ମାମଲାରେ ଆଜି କଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ‘ଏନ୍‌ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ତେବେ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ପରେ ଦେଶର ଗୁଇନ୍ଦା ବିଭାଗ ଦିଲ୍ଲୀ ଏବଂ ଏନସିଆରରେ ହାଇ ଆଲର୍ଟ ଜାରି କରିଛି। ୟାସିନ୍ ମଲିକଙ୍କ ଦଣ୍ଡକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୁରକ୍ଷା ଏଜେନ୍ସି କହିଛି। ସୁରକ୍ଷା ଏଜେନ୍ସିରୁ ଦିଲ୍ଲୀ ପୁଲିସକୁ ପ୍ରାୟ ୬ରୁ ୭ଟି ସମ୍ବେଦନଶୀଳ ଆଲର୍ଟ ମିଳିଛି।

ଗୁଇନ୍ଦା ବିଭାଗ ଆଲର୍ଟ କରିବା ପରେ ଏବେ ଦିଲ୍ଲୀରେ ବିଶେଷ କରି ଦୁଇ ଚକିଆ ଯାନ ଉପରେ ନଜର ରଖାଯାଉଛି। ନମ୍ବର ନଥିବା ବା ସନ୍ଦିଗ୍ଧ ନମ୍ବର ଥିବା ଗାଡ଼ିକୁ ଟାର୍ଗେଟ କରୁଛି ପୁଲିସ।

publive-image indiatoday

ଅନ୍ୟପକ୍ଷରେ ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ପରେ ତିହାର ଜେଲ ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲା। ଯେଉଁଥିରେ ତିହାର ଜେଲ ପ୍ରଶାସନ ୟାସିନ୍ ମଲିକଙ୍କ ସୁରକ୍ଷାକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ୟାସିନ ମଲିକ ଜେଲ ନମ୍ବର ୭ରେ ଥିବା ଏକ ୱାର୍ଡରେ ଏକୁଟିଆ ରହୁଛି। କିନ୍ତୁ ବର୍ତ୍ତମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ପରେ ତାଙ୍କ ଉପରେ ସିସିଟିଭି ସାହାଯ୍ୟରେ ତୀକ୍ଷ୍ଣ ନଜର ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe