ଡାକ୍ତରଖାନାରେ ଭର୍ତ୍ତି ହେଲେ ତିହାର୍‌ ଜେଲ୍‌ରେ ଅନଶନ‌ କରୁଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌

Advertisment
ଡାକ୍ତରଖାନାରେ ଭର୍ତ୍ତି ହେଲେ ତିହାର୍‌ ଜେଲ୍‌ରେ ଅନଶନ‌ କରୁଥିବା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌

India Today

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ଅନଶନ କରୁଥିବା କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଆରଏମଏଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ପ୍ରକାଶ ଯେ ମଲିକଙ୍କ ରକ୍ତଚାପ ବଢ଼ିଯାଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ମଲିକ ଡାକ୍ତରଖାନାର ଡାକ୍ତରମାନଙ୍କୁ ଚିଠି ଲେଖି କହିଛନ୍ତି ଯେ ସେଠାରେ ତାଙ୍କର ଚିକିତ୍ସା କରିବାକୁ ସେ ଚାହୁଁନାହାଁନ୍ତି। ରକ୍ତଚାପ ବଢ଼ିଥିବାରୁ ତାଙ୍କୁ ମଙ୍ଗଳବାର ଦିନ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ମୁତାବକ ତାଙ୍କ ନାମରେ ଆଗତ ମାମଲାର ଉପଯୁକ୍ତ ବିଚାର ହେଉନାହିଁ ବୋଲି ଅଭିଯୋଗ କରି ଶୁକ୍ରବାର ସକାଳୁ ଦିଲ୍ଲୀସ୍ଥିତ ତିହାର ଜେଲ୍‌ର ନମ୍ବର ୭ରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ ଅନଶନ ଆରମ୍ଭ କରିଥିଲେ। ଆଉ ଗତକାଲି ତାଙ୍କ ସ୍ୱାସ୍ଥ୍ୟ ବିଗିଡିଯାଇଥିଲା |

ରୁବିୟା ସଇଦଙ୍କ ଅପହରଣ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ତାଙ୍କୁ ଜମ୍ମୁ କୋର୍ଟରେ ହାଜର ହେବାକୁ ଅନୁମତି ନ ଦେବା ପରେ ସେ ଅନଶନ ଆରମ୍ଭ କରିଥିଲେ। ଏହି ମାମଲାରେ ଭିଡିଓ କନଫରେନ୍ସ ଜରିଆରେ ଜଣେ ସ୍ୱତନ୍ତ୍ର ସିବିଆଇ ବିଚାରପତିଙ୍କ ନିକଟରେ ହାଜର ହୋଇଥିବା ମଲିକ କହିଥିଲେ ଯେ ରୁବିୟା ସଇଦଙ୍କ ଅପହରଣ ମାମଲାରେ ସେ ଜମ୍ମୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଚାହୁଁଛନ୍ତି।

ଆଉ ମଲିକ କହିଥିଲେ ଯେ ଯଦି ଜୁଲାଇ ୨୨ ସୁଦ୍ଧା ସରକାର ଏ ବାବଦରେ ଅନୁମତି ନ ଦିଅନ୍ତି ତେବେ ସେ ଅନଶନ ଆରମ୍ଭ କରିବେ। ସୂଚନା ଥାଉ କି ଗତ ମେ ମାସରେ ଟେରର୍ ଫଣ୍ଡିଂ ମାମଲା ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକରେ ୟାସିନ ମଲିକଙ୍କୁ ଅଦାଲତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe