ପଶ୍ଚିମବଙ୍ଗରେ ୟାସ୍‌ର ତାଣ୍ଡବ: କୋଟିଏରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ୩ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ

Advertisment
ପଶ୍ଚିମବଙ୍ଗରେ ୟାସ୍‌ର ତାଣ୍ଡବ: କୋଟିଏରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ୩ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ

The Economic Times

କୋଲକାତା: ମହାବାତ୍ୟା ଅମ୍ଫାନର କ୍ଷତ ଲୋକଙ୍କ ମନରୁ ଲିଭି ନଥିବାବେଳେ ଆଜି ବାତ୍ୟା ‘ୟାସ୍‌’ ଆସିଲା ୫ ଘଣ୍ଟା କାଳ ତାଣ୍ଡବ ରଚାଇ ଚାଲିଗଲା। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକା ବ୍ୟାପକ ପ୍ରସ୍ତୁତି କରିଥିଲେ ମଧ୍ୟ ତଟବର୍ତ୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ୟାସ୍‌ ଝାଡ଼ଖଣ୍ଡ ମୁହାଁ ହୋଇଥିଲେ ମଧ୍ୟ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦-୭୦ କିମି ବେଗରେ ପବନ ସାଂଗକୁ ପ୍ରବଳ ବର୍ଷା ଜାରି ରହିଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ୟାସ୍‌ ଯୋଗୁଁ କୋଟିଏରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପୂର୍ବ ମେଦିନୀପୁର ଓ ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। କୋଲକାତା, ହାଓଡ଼ା, ହୁଗୁଳି ସମେତ କେତେକ ଜିଲ୍ଲା ଆଂଶିକ ପ୍ରଭାବିତ ହୋଇଛି। ସେନା ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପର୍ଯ୍ୟଟନସ୍ଥଳ ଦିଘାରେ ସମୁଦ୍ର ପାଣି ପଶି ଯାଇଛି। ଗଙ୍ଗାସାଗରର କପିଳମୁନି ମନ୍ଦିର ପରିସର ଜଳମଗ୍ନ ହୋଇଛି। ପୂର୍ବ ଓ ପଶ୍ଚିମ ମେଦିନୀପୁର ଏବଂ ଦକ୍ଷିଣ ୨୪ ପ୍ରଗଣାର ଅନେକ ଗାଁ ପାଣି ଘେରରେ ରହିଛି।

ଅନେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଅଧିକ କ୍ଷତିଗ୍ରସ୍ତ ହୋଇଛି ଚାଷଜମି। ସମଦ୍ରର ଲୁଣାପାଣି ପଶିଯିବା ଫଳରେ ଫସଲସବୁ ନଷ୍ଟ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଆଜି ସକାଳେ ବାତ୍ୟାର ତାଣ୍ଡବ ଯୋଗୁଁ ୩ ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ୧୩୪ଟି ତଟବନ୍ଧ ଭାଙ୍ଗିଯାଇଛି। ହଜାର ହଜାର ଗଛ ଉପୁଡ଼ି ପଡ଼ିଛି। ପ୍ରଭାବିତ ଲୋକଙ୍କ ପାଇଁ ୧୮,୦୦୦ ଆଶ୍ରୟସ୍ଥଳୀ ଖୋଲାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe