ପାଗ ଖରାପ ହେତୁ ଅମରନାଥ ଯାତ୍ରା ସାମୟିକ ସ୍ଥଗିତ : ଲଗାଣ ବର୍ଷା ଓ ଭୂସ୍ଖଳନ ବାଧକ

Advertisment

ବାଲ୍‌ତାଲ ମାର୍ଗ ବନ୍ଦ, ପହଲଗମ୍‌ ମାର୍ଗ ଖୋଲା

ବାଲ୍‌ତାଲ ମାର୍ଗ ବନ୍ଦ, ପହଲଗମ୍‌ ମାର୍ଗ ଖୋଲା

ପାଗ ଖରାପ ହେତୁ ଅମରନାଥ ଯାତ୍ରା ସାମୟିକ ସ୍ଥଗିତ : ଲଗାଣ ବର୍ଷା ଓ ଭୂସ୍ଖଳନ ବାଧକ

ଶ୍ରୀନଗର: ଗତ ଦୁଇ ଦିନ ହେବ ପ୍ରବଳ ବର୍ଷା ଓ ବରଫପାତ  ହେତୁ ଦକ୍ଷିଣ କଶ୍ମୀରରେ ଭୂସ୍ଖଳନ ଘଟି ଅବସ୍ଥା ଶୋଚନୀୟ ହୋଇଛି। ଫଳରେ ସେଠାକାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଶୈବପୀଠ ଅମରନାଥ ଯିବା ପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ କାଲି ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି।  ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଭୂସ୍ଖଳନ ଘଟଥିବାରୁ ମନ୍ଦିରକୁ ଯିବା ପାଇଁ ଥିବା ବାଲ୍‌ତାଲ ମାର୍ଗରେ ଯାତାୟାତ ସ୍ଥଗିତ କରି ଦିଆଯାଇଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିବା ହେତୁ ମାର୍ଗଗୁଡ଼ିକ ବିଗିଡ଼ି ଯାଇଛି। ବାଧ୍ୟ ହୋଇ ବାଲ୍‌ତାଲ ମାର୍ଗରେ ଯାତାୟାତ ଉପରେ ରୋକ ଲଗାଇବାକୁ ପଡ଼ିଛି। ମରାମତି କାମ ଚାଲୁ ରହିଛି। ମାତ୍ର ପାଗ ଏପର୍ଯ୍ୟନ୍ତ ଠିକ୍‌ ଭାବେ ସୁଧୁରିନଥିବାରୁ ରାସ୍ତା ମରାମତି କାର୍ଯ୍ୟ ଉଚିତ ଭାବେ ହୋଇପାରୁନାହିଁ।

publive-image

ଶ୍ରୀ ଅମରନାଥ ସ୍ରାଇନ୍‌ ବୋର୍ଡ(ଏସ୍‌ଏଏସ୍‌ବି) ପକ୍ଷରୁ ଜାଣିବାକୁ ମିଳିଛି ଯେ ଏବେ ଶ୍ରଦ୍ଧାଳୁମାନଙ୍କ ପାଇଁ ପହଲଗମ୍‌ ମାର୍ଗ ଖୋଲା ରହିଛି। ଏବେ   ପହଲଗମ୍‌ ମାର୍ଗ ଦେଇ ଅମରନାଥ ଯାତ୍ରା  ଜାରି ରହିଛି।

ଦକ୍ଷିଣ କଶ୍ମୀର ହିମାଳୟର ଏହି ୩୮୮୦ ମିଟର ଉଚ୍ଚତା ବିଶିଷ୍ଟ ଗୁମ୍ଫାକୁ ଯିବା ପାଇଁ ହେଉଥିବା ବାର୍ଷିକ ଯାତ୍ରା ଗତକାଲିଠାରୁ ଆରମ୍ଭ ହୋଇଛି। ରକ୍ଷା ବନ୍ଧନ ଉତ୍ସବ ପାଖାପାଖି ଅର୍ଥାତ ଅଗଷ୍ଟ ୨୬ ତାରିଖକୁ ଏହି ଯାତ୍ରା ସଂପୂର୍ଣ୍ଣ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe