ମୁଖ୍ୟମନ୍ତ୍ରୀ ଭାବେ କେବେ ବି କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିନାହାନ୍ତି ୟେଦୁୟେରପ୍ପା

Advertisment
ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୟେଦୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ

India TV News

ବେଙ୍ଗାଲୁରୁ: ୭୮ ବର୍ଷିୟ ବିଏସ୍‌ ୟେଦୁୟେରପ୍ପା ୪ ଥର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇ ‌ରେକର୍ଡ କରିଛନ୍ତି। କିନ୍ତୁ କେବେ ବି ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ‌ଶେଷ କରି ପାରିନାହାନ୍ତି। ୟେଦୁୟେରପ୍ପା ନଭେମ୍ବର ୧୨, ୨୦୦୭ରେ ପ୍ରଥମ ଥର ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇ ମାତ୍ର ୭ ଦିନ ପରେ ଇସ୍ତଫା ଦେଇଥିଲେ। ଏହାପରେ ସେ ପୁଣିଥରେ ୨୦୦୮, ମେ’ ୩୦ ତାରିଖରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ଅଗଷ୍ଟ ୪, ୨୦୧୧ରେ ସେ ଇସ୍ତଫା ଦେଲେ। ଦ୍ବିତୀୟ ଥର କାର୍ଯ୍ୟକାଳରେ ସେ ୩ ବର୍ଷ ୬୬ ଦିନ କ୍ଷମତାରେ ରହିଥିଲେ। ଏହାପରେ ୧୭ ମେ’, ୨୦୧୮ରେ ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ମାତ୍ର ୬ ଦିନ ପରେ ସେ ଇସ୍ତଫା ଦେଇଥିଲେ। ୨୦୧୮ ନିର୍ବାଚନରେ ୨୨୪ ଆସନ ବିଶିଷ୍ଟ ବିଧାନସଭାରେ ବିଜେପିକୁ ୧୦୫ଟି ଆସନ ମିଳିଥିଲା।

ବଡ଼ଦଳ ଭାବେ ବିଜେପି ରାଜ୍ୟରେ ସରକାର ଗଠନ କଲା। ୟେଦୁୟେରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ ସଂଖ୍ୟଗରିଷ୍ଠତା‌ ନମିଳିବାରୁ ୟେଦୁୟେରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ। ଜୁଲାଇ ୨୬,୨୦୧୯‌ରେ ସେ ନାକଟୀୟ କ୍ରମରେ ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇ ଆଜି ଇସ୍ତଫା ଦେଇଛନ୍ତି। ୟେଦୁୟେରପ୍ପାଙ୍କ ଇସ୍ତଫାକୁ ନେଇ ଲିଙ୍ଗାୟତ ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଲେହୋସ୍‌ର ମଠର ଦିଙ୍ଗଲେଶ୍ବର ସ୍ବାମୀ ଆଜି ପୁଣିଥରେ ତାଙ୍କ କଥା ଦୋହରାଇଛନ୍ତି। ସେ କହିଛନ୍ତି ୟେଦୁୟେରପ୍ପା ଅତ୍ୟନ୍ତ କଷ୍ଟରେ ଇସ୍ତଫା ଦେଇଛନ୍ତି। କର୍ଣ୍ଣାଟକ ବିଜେପି ଲୁହରେ ଭାସିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe