ସ୍ପଷ୍ଟ କଲେ ୟେଦୁରପ୍ପା, ମୁଁ ଇସ୍ତଫା ଦେଉନାହିଁ

ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ୟେଦୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ

India TV News

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ତାଙ୍କ ଇସ୍ତଫା ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି। ୟେଦୁରପ୍ପା କହିଛନ୍ତି, ସେ ଇସ୍ତଫା ଦେଉନାହାନ୍ତି। ଏଭଳି ଖବରରେ କୌଣସି ସତ୍ୟତା ନାହିଁ। ୨୦୨୩ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସେ ଦଳ ପାଇଁ କାମ କରିବେ ଏବଂ ବିଜେପିକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ଦିଗରେ ଜୋରଦାର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି। ଗତକାଲି ୟେଦୁରପ୍ପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଥିଲେ। ଅସୁସ୍ଥତା ପାଇଁ ୟେଦୁରପ୍ପା ମୋଦୀଙ୍କୁ ଇସ୍ତଫା ପ୍ରସ୍ତାବ ଦେଇଛନ୍ତି ବୋଲି କୁହାଯାଉଥିଲା। କିନ୍ତୁ ୟେଦୁରପ୍ପା ଏହି ଗୁଜବରେ ପୂର୍ଣ୍ଣଛେଦ ପକାଇଛନ୍ତି।

ଏଥିରେ କୌଣସି ସତ୍ୟତା ନାହିଁ। ସେ ‌କ୍ଷମତାରେ ରୁହନ୍ତୁ ବୋଲି କେନ୍ଦ୍ରୀୟ ନେତୃତ୍ବ ଚାହୁଛନ୍ତି ବୋଲି ‌େ‌ୟଦୁରପ୍ପା କହିଛନ୍ତି। ସେ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ଉଭୟଙ୍କ ସାକ୍ଷାତ ପରେ ୟେଦୁରପ୍ପା ଏକ ଫଟୋ ଟ୍ବିଟ୍‌ କରିଛନ୍ତି। ‌ୟେଦୁରପ୍ପା ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିପାରନ୍ତି ଏବଂ ଜୁଲାଇ ୨୬ ସୁଦ୍ଧା କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ମିଳିଥିବା ସୂଚନାନୁଯାୟୀ ୟେଦୁରପ୍ପା ତାଙ୍କ ପୁଅ ବିଜୟେନ୍ଦ୍ରଙ୍କ ପାଇଁ ଦଳରେ ଏକ ଭଲ ପଦବି ସର୍ତ୍ତରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe