ଆମ ଉପରୁ ଜନତାଙ୍କ ଭରସା ତୁଟିଛି କହି ଲୁହ ଛଳ ଛଳ ଆଖିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ୟେଦିୟୁରପ୍ପା

ଆମ ଉପରୁ ଜନତାଙ୍କ ଭରସା ତୁଟିଛି କହି ଲୁହ ଛଳ ଛଳ ଆଖିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କଲେ ୟେଦିୟୁରପ୍ପା

ବେଙ୍ଗାଲୁରୁ: କିଛି ସପ୍ତାହର ଅନିଶ୍ଚିତତା ପରେ ‘ଆମ ଉପରୁ ଜନତାଙ୍କ ଭରସା ତୁଟିଛି’ କହି ଆଜି ଲୁହ ଛଳ ଛଳ ଆଖିରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ବିଏସ୍ ୟେଦିୟୁରପ୍ପା ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ଆଜି ମଧ୍ୟାହ୍ନ ଭୋଜନ ବିରତି ପରେ ଇସ୍ତଫା ଦେବେ‌ ବୋଲି କହି ୟେଦିୟୁରପ୍ପା ବିଧାନସଭାରେ କାନ୍ଦି ପକାଇଛନ୍ତି।

publive-image Image Courtesy of India Today

ତାଙ୍କ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବ ମଞ୍ଚରେ ଭାବବିହ୍ବଳ ହୋଇ କୋହଭରା କଣ୍ଠରେ ୟେଦିୟୁରପ୍ପା କହିଲେ, ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ମତେ କେନ୍ଦ୍ରରେ ମନ୍ତ୍ରୀ ହେବାକୁ କହିଥିଲେ। କିନ୍ତୁ, କର୍ଣ୍ଣାଟକରେ ମନ୍ତ୍ରୀ ହେବି ବୋଲି ମୁଁ କହିଥିଲି।

କର୍ଣ୍ଣାଟକରେ ବିଜେପି ସମୃଦ୍ଧ ହୋଇଛି ବୋଲି କହି ୭୮ ବର୍ଷିୟ ୟେଦିୟୁରପ୍ପା ଦିଲ୍ଲୀ ନେତୃତ୍ବକୁ ବାର୍ତ୍ତା ଦେବା ଭଳି ମନେହେଉଛି।

publive-image Image Courtesy of NDTV

ସେ କହିଛନ୍ତି, ମୋ ପାଇଁ ଏଠାକାର ନେତୃତ୍ବ ସଦାସର୍ବଦା ଅଗ୍ନି ପରୀକ୍ଷା ପରି ଥିଲା। ଗତ ଦୁଇ ବର୍ଷ ଥିଲା କୋଭିଡ୍।

ସେ ଆହୁରି ମଧ୍ୟ କହିଛନ୍ତି, କର୍ଣ୍ଣାଟକବାସୀଙ୍କ ଋଣ ପରିଶୋଧ କରିବି। ଜନତା ଆମ ଉପରୁ ବିଶ୍ବାସ ହରାଇଥିବା କଥା ମୁଁ ଅଫିସର୍ ଏବଂ ବିଧାୟକମାନଙ୍କୁ କହିଛି। ନିଷ୍କପଟ ସାଧୁତା ମାର୍ଗରେ ଆମକୁ କଠିନ ଶ୍ରମ କରିବାକୁ ପଡ଼ିବ। ଅନେକ ଅଫିସର୍ ସାଧୁ। ସମସ୍ତେ ସାଧୁ ହେବା ଉଚିତ। ବାଙ୍ଗାଲୋର୍ ଗୋଟାଏ ସର୍ବୋତ୍କୃଷ୍ଟ ସହର ହେବାକୁ ଯାଉଛି।

ତାଙ୍କର ମୁଖ୍ୟମନ୍ତ୍ରୀତ୍ବ ଅନିଶ୍ଚିତ ବୋଲି ରବିବାର ଦିନ ୟେଦିୟୁରପ୍ପା ସୂଚନା ଦେଇଥିଲେ। ଆଜି ସେ ଇସ୍ତଫା ଦେଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe