ଶେଷରେ ଇସ୍ତଫା ଦେଲେ ୟେଦୁରପ୍ପା

Advertisment
ଶେଷରେ ଇସ୍ତଫା ଦେଲେ ୟେଦୁରପ୍ପା

The New Indian Express

ବେଙ୍ଗାଲୁରୁ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ‌‌ୟେଦୁରପ୍ପା ସୋମବାର ଇସ୍ତଫା‌ ଦେଇଛନ୍ତି। ‌ୟେଦୁରପ୍ପାଙ୍କ ସରକାରକୁ ଆଜି ୨ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଇସ୍ତଫା‌ ଘୋଷଣା କରିବା ସମୟରେ ୟେଦୁରପ୍ପା ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ। ୟେଦୁରପ୍ପା କହିଥିଲେ ଯେ ଦୁଃଖରେ ନୁହେଁ, ଖୁସିରେ ମୁଁ ଇସ୍ତଫା ଦେଉଛି।

ଆସନ୍ତା ୨-୩ ଦିନ ମଧ୍ୟରେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ‌କିଏ‌ ‌ହେବେ ସେ ସଂକ୍ରାନ୍ତ ନିଷ୍ପତ୍ତି ନିଆଯିବ। ‌ଏକ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଟିମ୍‌ କର୍ଣ୍ଣାଟକ ଯିବେ। ଏକ ବିଧାୟକ ଦଳ ବୈଠକରେ ଏସଂକ୍ରାନ୍ତ ନିଷ୍ପତ୍ତି ନିଆ‌ଯିବ। ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କର୍ଣ୍ଣାଟକ ବିଜେପି ପ୍ରଭାରୀ ଅରୁଣ ସିଂହ କର୍ଣ୍ଣାଟକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଏହି ଦାୟିତ୍ବ ତୁଲାଇବେ।

ୟେଦୁରପ୍ପା କହିଛନ୍ତି ଯେ ଇସ୍ତଫା ଦେବାପାଇଁ ତାଙ୍କୁ ବିଜେପି ହାଇକମାଣ୍ଡ୍‌ରୁ କେହି ବାଧ୍ୟ କରିନାହାନ୍ତି କି କାହାରି ଚାପରେ ସେ ଇସ୍ତଫା ଦେଇନାହାନ୍ତି। ସେହିପରି ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ସେ କୌଣସି ନାମ ସୁପାରିସ କରିନଥିବା ସ୍ପଷ୍ଟ କରିଛନ୍ତି। ୟେଦୁରପ୍ପାଙ୍କୁ ରାଜ୍ୟପାଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି। ୟେଦୁରପ୍ପା କହିଛନ୍ତି ଯେ ସେ ରାଜ୍ୟପାଳ ହେଉନାହାନ୍ତି କି ଅନ୍ୟ କେଉଁଠିକୁ ଯାଉନାହାନ୍ତି। ସେ ରାଜନୀତିରେ ରହିବେ ଏବଂ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବା ପାଇଁ ଶତ ପ୍ରତିଶତ କାମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe