India Today
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ହେବାକୁ ଏବେ ବି ୧୨ ଦିନ ବାକି ଥିବା ବେଳେ କର୍ଣ୍ଣାଟକ ବିଜେପି ସଭାପତି ବି.ଏସ୍.ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହୋଇଗଲେଣି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତି କ୍ରମେ ଶପଥ ଗ୍ରହଣ ଦିବସ ସ୍ଥିର କରାଯିବ ବୋଲି ସେ କହିଛନ୍ତି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଅନ୍ୟ ଦଳର ବିନା ସମର୍ଥନରେ ବିଜେପି ଏକାକି ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବ। ତେବେ ୟେଦୁରପ୍ପାଙ୍କ ଏଭଳି ପୂର୍ବାନୁମାନକୁ ବିଭିନ୍ନ ମହଲରେ ହାସ୍ୟାସ୍ପଦ ବୋଲି କୁହାଯାଇଛି।
Follow Us