Image Courtesy of India Today
ଦୁବାଇ: ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ଯୋଗ ଦେଇଥିବା କଥା ମଙ୍ଗଳବାର ଦିନ ୟେମେନ୍ର ‘ହାଉତି’ ସମ୍ପ୍ରଦାୟ ଘୋଷଣା କରିଛନ୍ତି।
ଯୁଦ୍ଧକ୍ଷେତ୍ରଠାରୁ ୧୦୦୦ରୁ ଅଧିକ ମାଇଲ୍ ଦୂରରେ ଥିବା ‘ହାଉତି’ମାନେ ଇସ୍ରାଏଲ୍ ବିପକ୍ଷରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲେ ଯାହା ଆଞ୍ଚଳିକ ସଂଘର୍ଷ ହେବାର ଆଶଙ୍କା ବୃଦ୍ଧି କରିଛି।
ସୂଚନାଯୋଗ୍ୟ, ଇରାନ୍ ସହାୟତାପ୍ରାପ୍ତ ‘ଏକ୍ସିସ୍ ଅଫ୍ ରେଜିଷ୍ଟାନ୍ସ୍’ର ‘ହାଉତି’ମାନେ ଅକ୍ଟୋବର ୭ ତାରିଖରୁ ପାଲେଷ୍ଟାଇନ୍କୁ ସମର୍ଥନ କରିଆସୁଛନ୍ତି। ‘ହାଉତି’ ସେନା ମୁଖପାତ୍ର ୟାହା ସାରୀ ଟେଲିଭିଜନ୍ରେ ପ୍ରସାରିତ ବିବୃତିରେ କହିଛନ୍ତି, ତାଙ୍କ ସଙ୍ଗଠନ ଇସ୍ରାଏଲ୍ ଆଡ଼କୁ ବହୁସଂଖ୍ୟକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ପାଲେଷ୍ଟିନୀୟଙ୍କୁ ବଜୟୀ କରାଇବାରେ ସାହାଯ୍ୟ କରିବା ଲାଗି ଏଭଳି ଆହୁରି ବହୁବାର ଆକ୍ରମଣ କରାଯିବ।
Image Courtesy of ABPସାରୀ କହିଛନ୍ତି, ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ହେଉଛି ଇସ୍ରାଏଲ୍ ଉପରେ ‘ହାଉତି’ମାନଙ୍କର ୩ୟ ଆକ୍ରମଣ। ଅକ୍ଟୋବର ୨୮ ତାରିଖରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଯାହା ଇଜିପ୍ଟରେ ବିସ୍ଫୋରଣର କାରଣ ହୋଇଥିଲା, ତାହା ମଧ୍ୟ ‘ହାଉତି’ମାନଙ୍କ ଆକ୍ରମଣ ଥିଲା ବୋଲି ସେ କହିଛନ୍ତି। ସେହିପରି, ଅକ୍ଟୋବର ୧୯ ତାରିଖରେ ଆମେରିକୀୟ ସେନା ବାଧା ଦେଇ ନଷ୍ଟ କରି ଦେଇଥିବା ୩ଟି ‘କ୍ରୁଜ୍ କ୍ଷେପଣାସ୍ତ୍ର’ ମଧ୍ୟ ‘ହାଉତି’ମାନେ ନିକ୍ଷେପ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି।
‘ହାଉତି’ମାନଙ୍କ ସ୍ଲୋଗାନ୍ ହେଉଛି, ଆମେରିକାର ମୃତ୍ୟୁ ହେଉ, ଇସ୍ରାଏଲ୍ର ମୃତ୍ୟୁ ହେଉ, ଇହୁଦୀଙ୍କ ଉପରେ ଅଭିଶାପ ପଡ଼ୁ ଓ ଇସ୍ଲାମ୍ ବିଜୟୀ ହେଉ।
ଇସ୍ରାଏଲ୍ର ଜାତୀୟ ସୁରକ୍ଷା ପରାମର୍ଶଦାତା ତାଚି ହନେବି କହିଛନ୍ତି, ‘ହାଉତି’ ଆକ୍ରମଣ ଅସହ୍ୟ। କିନ୍ତୁ, ଇସ୍ରାଏଲ୍ ଏହାର କିଭଳି ମୁକାବିଲା କରୁଛି ପଚରାଯିବାରୁ ସେ ନିରୁତ୍ତର ରହିଲେ।
Follow Us