ନୂଆଦିଲ୍ଲୀ: ସ୍ଥାନୀୟ ଓ୍ଵାଇଏମ୍ସିଏର ସମ୍ମିଳନୀ କକ୍ଷରେ ଆଜି ଓ୍ଵାଇ ସର୍ଭିସ୍ ମେନ୍ସ କ୍ଲବ୍ ଅଫ୍ ନୂଆଦିଲ୍ଲୀ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ, ବାର୍ସିଲୋନାର ସିନେଟର ରବର୍ଟ ମାସିନାହାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଛାତ୍ରାବସ୍ଥାରେ ଲଣ୍ଡନର ଓ୍ଵାଇଏମ୍ସିଏ ହଷ୍ଟେଲରେ ନିଜର ରହଣି ଏବଂ ଓ୍ଵାଇଏମ୍ସିଏର ଗୁରୁତ୍ୱ ପ୍ରସଙ୍ଗରେ ଆଲୋକପାତ କରିଥିଲେ। ଏଥିସହ ଭାରତୀୟ ବଂଶୋଦ୍ଭବ ରବର୍ଟ ମାସିନାହାରଙ୍କ ଉପଲବ୍ଧିଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସେ ପୁଣି କହିଥିଲେ, ପଂଜାବରୁ ଜନ୍ମଲାଭ କରି ବାର୍ସିଲୋନାରେ ରବର୍ଟ ମାସିନାହାର ବେଶ୍ ସଫଳତା ହାସଲ କରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ସହ ଲକ୍ଷ୍ୟ ହାସଲ କରିବାର ମନୋବୃତ୍ତିକୁ ସାକାର କରିବା ଲାଗି ସେ ଯୁବପିଢ଼ିଙ୍କୁ ଆହ୍ଵାନ ଦେଇଥିଲେ। ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଓ୍ଵାଇଏମ୍ସିଏର ଜାତୀୟ ସମ୍ପାଦକ ମଣିକୁମାର। ସଂସ୍ଥାର ସଭାପତି ଯୋଶୁଆ ଜେନା, ରାଜ୍ୟସଭା ସାଂସଦ ଭୁବନେଶ୍ୱର କାଳିତା ଏବଂ ଏଆଇସିସିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଖୁଣ୍ଟିଆ ଏହି ଅବସରରେ ଉଦ୍ବୋଧନ ଦେଇ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱମାନଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇଥିଲେ। ଆଲୋକ ମିଚୟାରୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ଏବଂ ଅଣଓଡ଼ିଆମାନେ ଯୋଗଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us