ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଦ୍ରୁତ ଗତିରେ ଚାଲିଛି କାମ, ୫୦% କାମ ଶେଷ

Advertisment
ଅଯୋଧ୍ୟାରେ ମନ୍ଦିର ନିର୍ମାଣ ପାଇଁ ଦ୍ରୁତ ଗତିରେ ଚାଲିଛି କାମ, ୫୦% କାମ ଶେଷ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାକୁ ଯେତେ ଲୋକ ରାମଲଲାଙ୍କ ଦର୍ଶନ କରିବାକୁ ଆସିଥାନ୍ତି, ସେତେ ଲୋକ ଶ୍ରୀରାମ ଜନ୍ମଭୂମି କାର୍ଯ୍ୟଶାଳା ମଧ୍ୟ ଯାଇଥାନ୍ତି। ଏଠାକୁ ଲୋକ ଆସିବାର କାରଣ ହେଲା ଯେ, ପ୍ରସ୍ତାବିତ ରାମ ଜନ୍ମଭୂମି ମନ୍ଦିର କିଭଳି ହେବ। କେତେ ପ୍ରସ୍ତୁତ ହୋଇଛି ଓ କେବେ ମନ୍ଦିର ନିର୍ମାଣ ହେବ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମନ୍ଦିର ନର୍ମାଣ ପାଇଁ ୫୦ ପ୍ରତିଶତରୁ ଅଧିକ ପ୍ରସ୍ତୁତି ଶେଷ ହୋଇଛି। ଗର୍ଭ ଗୃହ ପାଇଁ ପଥର କାମ ଚାଲିଛି। ମନ୍ଦିରର ପ୍ରଥମ ମହଲା ନିର୍ମାଣ ପାଇଁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି ଶେଷ ହୋଇଛି କିନ୍ତୁ ମନ୍ଦିର ନିର୍ମାଣ ଆରମ୍ଭ ହେବା ପରେ ଅନ୍ୟ କାମ ପ୍ରସ୍ତୁତ କରାଯିବ।

publive-image

ମନ୍ଦିର ନିର୍ମାଣ ପାଇଁ ୨୮ ବର୍ଷ ହେଲା ପଥର କାମ କରୁଛନ୍ତି ଗୁଜୁରାଟର ମନୁ ଭାଇ ସୋମପୁରା। ମନୁ କହିଛନ୍ତି, ୫୦ ପ୍ରତିଶତରୁ ଅଧିକ ପଥର କାମ ଶେଷ ହୋଇଛି। ଗର୍ଭଗୃହ ସଂପୂର୍ଣ୍ଣ ରୂପେ ତିଆରି ସରିଛି। ମନ୍ଦିରର ପ୍ରଥମ ମହଲା ପାଇଁ ୧୦୬ଟି ପିଲାର ନିର୍ମାଣ ସରିଛି। ସେହିଭଳି କାନ୍ଥ କାମ ବି ଶେଷ ହୋଇଛି।

ଏହାରି ଭିତରେ ସିଆ ସେଣ୍ଟ୍ରାଲ ଓ୍ଵାଖଫ ବୋର୍ଡର ଅଧ୍ୟକ୍ଷ ଓ୍ଵାସିମ ରିଜବୀ ରବିବାର ଅଯୋଧ୍ୟାରେ ରାମ ଜନ୍ମଭୂମି କାର୍ଯ୍ୟଶାଳା ପହଞ୍ଚି ଥିଲେ। ଏଠାରେ ମନ୍ଦିରରେ ବ୍ୟବହୃତ ହେବାକୁ ଥିବା ପଥର କାମ ଚାଲିଛି। ଓ୍ଵାସିମ ରିଜବୀ ପଥର କାମ ପାଇଁ ୧୦ ହଜାର ଟଙ୍କା ମଧ୍ୟ ଚାନ୍ଦା ଦେଇଥିଲେ। ଏଥି ସହିତ ସେ କହିଥିଲେ ଆବଶ୍ୟକ ପଡ଼ିଲେ ମନ୍ଦିର ନିର୍ମାଣ ପାଇଁ ଆଧ୍ୟାଦେଶ ମଗାଯାଉ।

ଓ୍ଵାସିମ ରିଜବୀ ରାମ ମନ୍ଦିର ଆନ୍ଦୋଳନର ପୁରୋଧା ନୃତ୍ୟ ଗୋପାଳ ଦାସଙ୍କ ଅଶ୍ରମ ଯାଇ ତାଙ୍କୁ ଭେଟିଛନ୍ତି ଓ ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି। ଏହା ପରେ ରିଜବୀ ସିଧା ରାମ ଜନ୍ମଭୂମି କାର୍ଯଶାଳା ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe