ଯୋଗ କରନ୍ତୁ, ହଳଦୀ ମିଶା କ୍ଷୀର ପିଅନ୍ତୁ, ଆୟୁଷ ଔଷଧ ଖାଆନ୍ତୁ; କୋଭିଡ୍ ପରବର୍ତ୍ତୀ ଯତ୍ନ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

Advertisment
ଯୋଗ କରନ୍ତୁ, ହଳଦୀ ମିଶା କ୍ଷୀର ପିଅନ୍ତୁ, ଆୟୁଷ ଔଷଧ ଖାଆନ୍ତୁ; କୋଭିଡ୍ ପରବର୍ତ୍ତୀ ଯତ୍ନ ପାଇଁ ନିର୍ଦ୍ଦେଶାବଳୀ ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

indiatoday

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କୋଭିଡ -୧୯ ସଂକ୍ରମିତ ହୋଇ ସୁସ୍ଥ ହେବାପରେ ମଧ୍ୟ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ 'ପୋଷ୍ଟ କୋଭିଡ -୧୯ ପରିଚାଳନା ପ୍ରୋଟୋକଲ' ପ୍ରକାଶ କରିଛି। ରୋଗୀର ପୁନରୁଦ୍ଧାର ଏବଂ ଗୋଷ୍ଠୀ ସ୍ତରରେ ଭୂତାଣୁର ଗତି ହ୍ରାସ କରିବା ସମ୍ବନ୍ଧୀୟ ପ୍ରୋଟୋକଲଗୁଡ଼ିକ ଏଥିରେ ଉପସ୍ଥାପିତ କରାଯାଇଛି। ଏଥିରେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ବିଷୟରେ ଅନେକ ବିଶେଷ ଟିପ୍ସ ମଧ୍ୟ ଦିଆଯାଇଛି | ନୂତନ ପ୍ରୋଟୋକଲରେ ଜାରି ନିୟମଗୁଡ଼ିକ ନିମ୍ନରେ ଦିୖଆଗଲା।

୧. ମାସ୍କ ପିନ୍ଧନ୍ତୁ, ହାତ ସଫା ରଖନ୍ତୁ ଏବଂ ସାମଜାଜିକ ଦୂରତା ଅବଲମ୍ବନ କରନ୍ତୁ।
୨.ପର୍ଯ୍ୟାପ୍ତ ପରିମାଣର ଉଷୁମ ପାଣି ପିଅନ୍ତୁ।
୩. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆୟୁଷ ଔଷଧ ନିଅନ୍ତୁ।

୪. ଡାକ୍ତରଙ୍କ କହିବା ମୁତାବକ ବା ସ୍ୱାସ୍ଥ୍ୟ ଯେତିକି ଅନୁମତି ଦେଉଛି, ସେହି ଅନୁସାରେ ଯୋଗସାନା, ପ୍ରାଣାୟାମ ଏବଂ ଧ୍ୟାନ କରନ୍ତୁ।
୫. ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ୱାସକ୍ରିୟା ବ୍ୟାୟାମ କରନ୍ତୁ |
୬.ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ଚାଲିବା ଅଭ୍ୟାସ କରନ୍ତୁ |
୭.ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ନିଦ ଏବଂ ବିଶ୍ରାମ ନିଅନ୍ତୁ | ଏହା ସହ ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ |

୮.ସୁସ୍ଥ ହୋଇ ସାରିଥିବା କରୋନା ରୋଗୀ ନିଜ ସକାରତ୍ମକ ଅଭିଜ୍ଞତା ବିଷୟରେ ନିଜ ବନ୍ଧୁ ଓ ସଂପର୍କୀୟଙ୍କୁ ଜଣାନ୍ତୁ।

योग-प्राणायाम नियमित रूप से करें aajtak

୯.ପୁନରୁଦ୍ଧାର ଏବଂ ପୁନର୍ବାସ ପ୍ରକ୍ରିୟା ପାଇଁ ଗୋଷ୍ଠୀ ଭିତ୍ତିକ ସ୍ବୟଂ ସହାୟକ ଗୋଷ୍ଠୀ, ନାଗରିକ ସମାଜ ସଂଗଠନ ଏବଂ ଯୋଗ୍ୟ ବୃତ୍ତିଗତଙ୍କ ସମର୍ଥନ ନିଅନ୍ତୁ |
୧୦.ସାଥୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ, ପରାମର୍ଶଦାତାଙ୍କଠାରୁ ମାନସିକ-ସାମାଜିକ ସମର୍ଥନ ନିଅନ୍ତୁ | ଯଦି ଆବଶ୍ୟକ ହୁଏ ମାନସିକ ସ୍ୱାସ୍ଥ୍ୟ ସହାୟତା ସେବା ନିଅନ୍ତୁ |
୧୧. ଶାରୀରିକ ଦୂରତା ପରି ସମସ୍ତ ସତର୍କତା ଅବଲମ୍ବନ କରି ଯୋଗ, ଧ୍ୟାନ ଇତ୍ୟାଦି ଗୋଷ୍ଠୀ ଅଧିବେଶନରେ ଅଂଶଗ୍ରହଣ କରନ୍ତୁ  |

୧୨.ଯେଉଁଠି କରୋନା ପାଇଁ ଚିକିତ୍ସିତ ହେଉଥିବେ, ସେଠାରୁ ଡିସଚାର୍ଜ ହେବା ପରେ ୭ଦିନ ମଧ୍ୟ‌ରେ ଶାରୀରିକ / ଟେଲିଫୋନିକ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ।
୧୩. ଘରେ ଆଇ‌ସୋଲେସନରେ ଥିବା ରୋଗୀମାନଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଗଲେ ତାଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe