ପରପାରିରେ ଯୋଗଗୁରୁ ଶରତ ଜୋଏସ

୧୯ ବର୍ଷ ବୟସରୁ ଯୋଗ ଅଭ୍ୟାସ ଆରମ୍ଭ କରିଥିବା ଶରତ ‌ଜୋଏସଙ୍କ ଆମେରିକାରେ ହେଲା ଦେହାନ୍ତ। ଗତ ମାସରେ ମୈସୁରରୁ ଆମେରିକା ଯାଇ ତାଙ୍କ ଶିକ୍ଷ୍ୟମାନଙ୍କୁ ଯୋଗ ଶିକ୍ଷା ଦେଉଥିଲେ।

ଢ଼ଖ

ନୂଆଦିଲ୍ଲୀ: ଯୋଗ ଗୁରୁ ଶରତ ଜୋଏସଙ୍କ ଦେହାନ୍ତ ହୋଇଛି। ଶରତ ଜୋଏସ୍ ନିଜ ଶିଷ୍ୟମାନଙ୍କୁ ଯୋଗ ଶିକ୍ଷା ଦେବା ପାଇଁ ଅକ୍ଟୋବରରେ ଆମେରିକା ଯାଇଥିଲେ। ଆମେରିକାର ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩ଟାରେ ଶରତ ଜୋଏସ ମାତ୍ର ୫୩ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଲେଖାହେଲା ପର୍ଯ୍ୟନ୍ତ ଶରତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।

ଜୋଏସଙ୍କ ଯୋଗ ଜୀବନ କଥା କହିବାକୁ ଗଲେ ‌ସେ ୧୯ ବର୍ଷ ବୟସରୁ ଯୋଗ ଅଭ୍ୟାସ କରିବା ଆରମ୍ଭ କରି ଦେଇଥିଲେ। ଶାରତ ଜୋଏସ୍ ୧୯୭୧ ମସିହା ସେପ୍ଟେମ୍ବର ୨୯ ତାରିଖରେ ମୈସୁରରେ ଜନ୍ମଗ୍ରହଣ କରିଥିଲେ। ସେ ଇଲେକ୍ଟ୍ରୋନିକ୍ସରେ ଡିପ୍ଲୋମା କରିଛନ୍ତି। ଶରତ ମାତ୍ର ୧୯ବର୍ଷ ବୟସରେ ତାଙ୍କ ଜେଜେବାପା ପଟ୍ଟାବୀ ଜୋଇସଙ୍କଠାରୁ  ଯୋଗ ଶିକ୍ଷା ଆରମ୍ଭ କରି ଦେଇଥିଲେ।  

୨୦୦୯ରେ  ଜେଜେବାପାଙ୍କ ଦେହାନ୍ତ ପରେ ଯୋଗକେନ୍ଦ୍ରରେ ଥିବା ଛାତ୍ରମାନଙ୍କୁ ଶରତ ଯୋଗ ଶିକ୍ଷା ଦେବା ଆରମ୍ଭ କରିଥିଲେ।  ଜୋଏସ୍ ଗତ ମାସରେ ମୈସୁରରୁ ଆମେରିକା ଯାଇ ତାଙ୍କ ଶିକ୍ଷ୍ୟମାନଙ୍କୁ ଯୋଗ ଶିକ୍ଷା ଦେଉଥିଲେ। ‌ଆମେରିକାରେ ହିଁ ଶରତଙ୍କ ଦେହାନ୍ତ ହୋଇଛି।

ଶରତଙ୍କ ଯୋଗ କେନ୍ଦ୍ର ସୂତ୍ରରୁ ପ୍ରକାଶ ଯେ ,‘ନୂତନ ବ୍ୟାଚ୍ ପାଇଁ କ୍ଲାସ ନେବାକୁ ଡିସେମ୍ବର ମାସରେ ଶରତ ସହରକୁ ଫେରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହା ପୂର୍ବରୁ ସେ ଦୁନିଆକୁ ଅଲବିଦା କହି ଯାଇଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe