ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଜାତିସଂଘ ମୁଖ୍ୟାଳୟରେ ଆଲୋକିତ ‘ସୂର୍ଯ୍ୟ ନମସ୍କାର ମୁଦ୍ରା’

Advertisment
ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଜାତିସଂଘ ମୁଖ୍ୟାଳୟରେ ଆଲୋକିତ ‘ସୂର୍ଯ୍ୟ ନମସ୍କାର ମୁଦ୍ରା’

Image Source of Zee News

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଜାତିସଂଘର ମୁଖ୍ୟାଳୟରେ ‘ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରା’ ଏବଂ ‘ଜଳବାୟୁ ପରିବର୍ତ୍ତନ ପାଇଁ ଯୋଗ’ର ବାର୍ତ୍ତା ଆଲୋକ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ପଞ୍ଚମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଜାତିସଂଘରେ ଭାରତର ସ୍ଥାୟୀ ମିସନ୍‌ ତରଫରୁ ଏହା ପାଳନ ହେଉଛି।

ଜାତିସଂଘ ସଚିବାଳୟ ଅଟ୍ଟାଳିକାର ଉତ୍ତର ପାର୍ଶ୍ୱରେ ରଙ୍ଗିନ ପୃଷ୍ଠଭୂମିରେ ସୂର୍ଯ୍ୟ ନମସ୍କାରର ଯୋଗ ମୁଦ୍ରା ସବୁ ପ୍ରୋଜେକ୍‌ସନ୍‌ ହୋଇଥିଲା। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜାତିସଂଘ ପାଇଁ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ସୟେଦ୍‌ ଆକବରୁଦ୍ଦିନ୍‌, ସ୍ଥାୟୀ ଉପ-ପ୍ରତିନିଧି ରାଷ୍ଟ୍ରଦୂତ କେ ନାଗରାଜ ନାଇଡୁ ଏବଂ ଭାରତୀୟ ମିସନ୍‌ର କୂଟନୀତିଜ୍ଞ ଏବଂ ଅଧିକାରୀମାନେ ଯୋଗ ଦେଇଥିଲେ।

publive-image Image Source: India.com

ସବୁଠୁ ଜନପ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ ଯୋଗାଭ୍ୟାସଗୁଡ଼ିକ ମଧ୍ୟରୁ ସୂର୍ଯ୍ୟ ନମସ୍କାର ଅନ୍ୟତମ। ଏହାର ଉପକାରିତା ସମ୍ପର୍କରେ ଏ ବର୍ଷ ଯୋଗ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରିଛନ୍ତି।

ଜୁନ୍‌ ୨୧ରୁ ଆରମ୍ଭ ହୋଇଥିବା ୫ମ ଆନ୍ତର୍ଜାତିକ ଯୋଗ ଦିବସର ପରବର୍ତ୍ତୀ ଦୁଇ ଦିନରେ ଜାତିସଂଘର ଭାରତୀୟ ମିସନ୍‌ କେତେକ କାର୍ଯ୍ୟକ୍ରମ ଆୟୋଜନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe