ଦଳାଚକଟାକୁ ନେଇ ଏପରି କହିଲେ ମୁଖ୍ୟମନ୍ତ୍ରୀ ‌ଯୋଗୀ ଆଦିତ୍ୟନାଥ

ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଲେ ପରାମର୍ଶ। କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ। ଦଳାଚକଟା ପରେ ଏବେ ସ୍ଥିତି ସ୍ବାଭାବିକ ରହିଛି।

jogi

ପ୍ରୟାଗରାଜ: ଅସମ୍ଭାଳ ଭିଡ଼ ହେତୁ ମଙ୍ଗଳବାର ରାତିରେ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଆହତମାନଙ୍କୁ କୁମ୍ଭକ୍ଷେତ୍ର ସେକ୍ଟର-୨ରେ ଭର୍ତ୍ତି କରାଯାଇଛି। ତେବେ ଏହି ଦଳାଚକଟା ପରେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 

ଦଳାଚକଟା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରାମର୍ଶ ଦେଇ କହିଛନ୍ତି, ‘‘କୌଣସି ପ୍ରକାରର ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ। ଦଳାଚକଟା ସ୍ଥିତି ପରେ ଏବେ ସ୍ଥିତି ସ୍ବାଭାବିକ ରହିଛି। ଦିନ ତମାମ ମୌନି ଅମାବାସ୍ୟା ବୁଡ଼ ପକାଇବାର ଶୁଭ ମୁହୂର୍ତ୍ତ ରହିଛି। ଅଜଥାରେ ଗହଳି ନକଲେ ଭଲ।’’

ଉଲ୍ଲେଖଯୋଗ୍ୟ, ସାହିସ୍ନାନ ବେଳେ ଦଳାଚକଟାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତ୍ରିବେଣୀ ସଂଗମରେ ହୋଇଥିବା ଦଳାଚକଟାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଉଛି। ଭିଡ଼ କମିବା ପରେ ପୁଣି ଥରେ ସାହି ସ୍ନାନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଆଜି ମୌନୀ ଅମାବାସ୍ୟା ପାଇଁ ପ୍ରୟାଗରାଜରେ ୧୦ କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା କରାଯାଇଥିଲା।

 ଭୋର ୪ଟାରୁ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁମାନେ ଏକାଠି ହୋଇଥିଲେ। ଏହି ସମୟରେ ବ୍ୟାରିକେଡ୍ ଭାଙ୍ଗିଯିବାରୁ ଦଳାଚକଟା ହୋଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe