ଅମିତ ଶାହଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Advertisment
ଅମିତ ଶାହଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

indiatoday

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ସମୟରେ ତାଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ତେବେ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ଯଜ୍ଞ କରି ଭଗବାନଙ୍କ ଆର୍ଶୀବାଦ ନେଇଥିଲେ। ଗୋରଖପୁର ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଯୋଗୀ ଆଦିତ୍ୟନାଥ ଆଜି ପ୍ରାର୍ଥୀପତ୍ର ଦାଖଲ କରୁଥିବା ବେଳେ ତାଙ୍କୁ ସମର୍ଥନ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ୟୁପିରେ ପହଞ୍ଚିଥିଲେ। ଯଜ୍ଞ ଶେଷ କରି ଯୋଗୀ ଆଦିତ୍ୟନାଥ ବିମାନବନ୍ଦରରୁ ଶାହଙ୍କୁ ସାଥିରେ ନେଇ ନାମାଙ୍କନ କରିବାକୁ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ୟୁପିରେ ଥିବା ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ପୂରା ରାଜନୈତିକ କ୍ୟାରିୟରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପୂର୍ବରୁ ଆଦିତ୍ୟନାଥ ଗୋରଖପୁରର ଲୋକସଭା ସାଂସଦ ଥିଲେ, ଯେଉଁଠାରୁ ସେ ୫ଥର ଜିତିଥିଲେ। ତେବେ ଆଜି ପ୍ରାର୍ଥୀପତ୍ର ଦାଖଲ ସମୟରେ ଶାହଙ୍କ ବ୍ୟତୀତ ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ବତନ୍ତ୍ର ଦେବ ସିଂ ଏବଂ ନିଶଦ ପାର୍ଟି ମୁଖ୍ୟ ସଞ୍ଜୟ ନିଶଦ ମଧ୍ୟ ତାଙ୍କ ସହ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe