ଗୋରଖପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ଛୁଆକୁ କ୍ଷୀର ପିଆଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Advertisment
ଗୋରଖପୁର ଚିଡ଼ିଆଖାନାରେ କଲରାପତରିଆ ବାଘ ଛୁଆକୁ କ୍ଷୀର ପିଆଇଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

publicapp

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁର ଚିଡ଼ିଆଖାନାର ଯାଞ୍ଚ କରିଥିଲେ। ଏହି ସମୟରେ ସେ ଏକ ବୋତଲ ଜରିଆରେ କଲରାପତରିଆ ବାଘ ଛୁଆକୁ କ୍ଷୀର ମଧ୍ୟ ପିଆଇଥିଲେ ବୋଲି ଦେଖିବାକୁ ମିଳିଛି। ଚିଡ଼ିଆଖାନାର ଯାଞ୍ଚ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସ୍ଥାନୀୟ ସାଂସଦ ରବି କିଶନ ଏବଂ ପ୍ରାଣୀ ଚିକିତ୍ସକ ମଧ୍ୟ ଉପସ୍ଥିତ ଥିଲେ। ଏହାର କିଛି ଫଟୋ ଏବଂ ଭିଡିଓ ଏବେ ଭାଇରାଲ ହୋଇଛି।

ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଚିଡ଼ିଆଖାନାର ଅଧିକାରୀଙ୍କ ସହ ଠିଆ ହୋଇଛନ୍ତି। ତାଙ୍କ ହାତରେ ଏକ କ୍ଷୀର ବୋତଲ ରହିଛି। ସେ ସେହି ବୋତଲରେ ଥିବା କ୍ଷୀରକୁ କଲରାପତରିଆ ବାଘ ଛୁଆକୁ ପିଆଉଛନ୍ତି। ପ୍ରଥମେ କଲରାପତରିଆ ବାଘ ଛୁଆ କ୍ଷୀର ପିଇବାକୁ ଇଚ୍ଛାପ୍ରକାଶ କରୁନଥିବା ବେଳେ ପରେ କଲରାପତରିଆ ବାଘ ଛୁଆଟି ଯୋଗୀଙ୍କ ହାତରୁ କ୍ଷୀର ପିଉଛି।

ୟୁପି ସରକାରଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଭିଡିଓ ଅପଲୋଡ୍ ହୋଇଛି ଯେଉଁଥିରେ ଚିଡିଆଖାନାର ଜଣେ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଏନକ୍ଲୋଜରର ବୈଶିଷ୍ଟ୍ୟ ଏବଂ ପଶୁମାନଙ୍କୁ କିପରି ପରିଚାଳନା କରାଯାଏ, ସେ ବିଷୟରେ ବୁଝାଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe