ରାସ୍ତା ଚଉଡ଼ା ପାଇଁ ଗୋରଖନାଥ ମନ୍ଦିର ପାଚେରୀ ଭାଙ୍ଗିବାକୁ ଅନୁମତି ଦେଲେ ଯୋଗୀ ଆଦିତ୍ୟନାଥ

Advertisment
ରାସ୍ତା ଚଉଡ଼ା ପାଇଁ ଗୋରଖନାଥ ମନ୍ଦିର ପାଚେରୀ ଭାଙ୍ଗିବାକୁ ଅନୁମତି ଦେଲେ ଯୋଗୀ ଆଦିତ୍ୟନାଥ

moneycontrol.com

ଗୋରଖପୁର: ରାସ୍ତା ସଂପ୍ରସାରଣ ପାଇଁ ଗୋରଖନାଥ ମନ୍ଦିରର ପାଚେରୀ ଭାଙ୍ଗିଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନୁମତି ପ୍ରଦାନ କରିଛନ୍ତି। ଗୋରଖପୁରଠାରୁ ସୋନାଉଲି ପର୍ଯ୍ୟନ୍ତ ଏକ ଚାରି ଲେନ୍‌ ବିଶିଷ୍ଟ ରାସ୍ତା ପାଇଁ ଗୋରଖନାଥ ମନ୍ଦିରର ପାଚେରୀକୁ ଭାଙ୍ଗିବାକୁ ପଡ଼ିବା ବୋଲି ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନିମନ୍ତେ ପ୍ରସ୍ତାବ ପଠା ଯାଇଥିଲା। ତେବେ ଗୋରଖନାଥ ମନ୍ଦିର ପାଚେରୀ ଓ ଦୋକାନଗୁଡ଼ିକୁ ଭାଙ୍ଗିଦେବାକୁ ମୁଖ୍ୟମନ୍ତ୍ରୀ ଅନୁମତି ପ୍ରଦାନ କରିଛନ୍ତି।

ବିମାନବନ୍ଦର ସହିତ ଗୋରଖପୁର, ମୋହଦିପୁର, ଧର୍ମଶାଳା, କୁଦଘାଟ, ନନ୍ଦନଗର ଆଦି ସ୍ଥାନକୁ ସଂଯୋଗ କରିବା ଏବଂ ଟ୍ରାଫିକ୍‌ ଜାମ ସମସ୍ୟାର ସମାଧାନ ପାଇଁ ରାସ୍ତା ସଂପ୍ରସାରଣ କରାଯାଉଛି। ଜନସାଧାରଣଙ୍କ ହିତ ନିମନ୍ତେ ଯଦି ମନ୍ଦିରର କୌଣସି ଅଂଶକୁ ଭାଙ୍ଗିବାକୁ ପଡ଼େ ତେବେ ବିନା ଦ୍ବିଧାରେ ଏହାକୁ ଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗୋରଖନାଥ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ବିନୟ ଗୌତମ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe