କାହା ସହିତ ଅନ୍ୟାୟ ହେବ ନାହିଁ : ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ କହିଲେ ଯୋଗୀ

Advertisment
ଆପ୍‌ର ଭବିଷ୍ୟବାଣୀ ଉପରେ ଯୋଗୀଙ୍କ ପ୍ରତିକ୍ରିୟା: କ୍ଷମତା ନୁହେଁ, ନୀତି ମୋ ପାଇଁ ଗୁରୁତ୍ବପୂର୍ଣ୍ଣ

Image Courtesy of India Today

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସନ୍ଧ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ଏବଂ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ଖଣ୍ଡପୀଠ ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନ ଦ୍ୱାରା ପ୍ରଦାନ କରାଯାଇଥିବା ସଂରକ୍ଷଣର ଲାଭ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ଦିଆଯିବା ଉଚିତ ବୋଲି ଉତ୍ତରପ୍ରଦେଶ ସରକାର ସ୍ପଷ୍ଟ ମତ ରଖିଛନ୍ତି। ଏଥିସହ କୌଣସି ପ୍ରାର୍ଥୀଙ୍କ ପ୍ରତି ଅନ୍ୟାୟ ହେବ ନାହିଁ ବୋଲି ସେ କହିଛନ୍ତି ।

ଉତ୍ତରପ୍ରଦେଶ ମୌଳିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମସିହାରେ ୬୯ ହଜାର ଶିକ୍ଷକ ନିଯୁକ୍ତି ଅନୁଷ୍ଠିତ ହୋଇଥିଲା। କିଛି ସଂରକ୍ଷିତ ବର୍ଗର ପ୍ରାର୍ଥୀ ନିଯୁକ୍ତି ନିୟମ ଠିକ୍ ଭାବେ ପାଳନ କରାଯାଉନଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ପ୍ରାର୍ଥୀମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ମାମଲାର ବିଚାର କରି କୋର୍ଟ ମେରିଟ୍ ଲିଷ୍ଟକୁ ରଦ୍ଦ କରିଦେଇଥିଲେ ଓ ନୂଆ ମେରିଟ୍ ଲିଷ୍ଟ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe