ଯୋଗୀଙ୍କ ପାଖରେ ୧.୫୪ କୋଟିର ସଂପତ୍ତି; ତାଲିକାରେ ସାମସଙ୍ଗ ମୋବାଇଲ ଫୋନ, ରିଭଲଭର ଓ ରାଇଫଲ

ଯୋଗୀଙ୍କ ପାଖରେ ୧.୫୪ କୋଟିର ସଂପତ୍ତି; ତାଲିକାରେ ସାମସଙ୍ଗ ମୋବାଇଲ ଫୋନ, ରିଭଲଭର ଓ ରାଇଫଲ

ଗୋରଖପୁର : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଗୋରଖପୁର ଅର୍ବାନ ବିଧାନସଭା ଆସନରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ଏହା ପୂର୍ବରୁ ଉଭୟ ଶାହା ଓ ଯୋଗୀ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ।

ମନୋନୟନ ପତ୍ର ସହ ନିଜର ସଂପତ୍ତି ତାଲିକା ଦାଖଲ କରିଛନ୍ତି  ଯୋଗୀ । ସେ ପ୍ରାୟ ଦେଢ କୋଟି ଟଙ୍କାର ସମ୍ପତ୍ତି ଦର୍ଶାଇଛନ୍ତି । ଏହା ମଧ୍ୟରେ ରହିଛି ବ୍ୟାଙ୍କ ବାଲାନ୍ସ ଓ  କିଛି ନଗଦ ଟଙ୍କା । ତେବେ ସେ ନିଜର ସଂପତ୍ତି ତାଲିକାରେ ଏକ ୧୨ ହଜାର ଟଙ୍କାର ଏକ ସାମସଙ୍ଗ ମୋବାଇଲ ଫୋନ, ୧ ଲକ୍ଷ ଟଙ୍କା ମୂଲ୍ୟର ଏକ ରିଭଲଭର୍ ଓ ୮୦ ହଜାର ଟଙ୍କାର ଏକ ରାଇଫଲ ଥିବା ଦର୍ଶାଇଛନ୍ତି । ଏହା ସହିତ ତାଙ୍କର କିଛି ସ୍ବର୍ଣ୍ଣ ଅଳଙ୍କାର ଥିବା ସେ ଉକ୍ତ ତାଲିକାରେ ଉଲ୍ଲେଖ କରିଛନ୍ତି । ଏ ମଧ୍ୟରେ ରହିଛି କାନର ଏକ କୁଣ୍ଡଳ ଯାହାର ମୂଲ୍ୟ ୪୯୦୦୦ ଟଙ୍କା। ଗୋଟିଏ ୨୦,୦୦୦ ଟଙ୍କା ମୂଲ୍ୟର ରୁଦ୍ରାକ୍ଷ ମାଳା ବି ସେ ରଖିଥିବା ଦର୍ଶାଇଛନ୍ତି।  ମାତ୍ର ତାଙ୍କର କୌଣସି କୃଷି ଜମି ନାହିଁ ବୋଲି ସେ ସଂପତ୍ତି ତାଲିକାରେ ପ୍ରକାଶ କରିଛନ୍ତି ।

ପୂର୍ବରୁ ଗୋରଖପୁର ଲୋକସଭା ଆସନରୁ ୫ ଥର ଜିତିଥିବା ଯୋଗୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି । ଗୋରଖପୁର ଅର୍ବାନ ବିଧାନସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୩ରେ ଭୋଟ ଗ୍ରହଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe