ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ବାର୍ଷିକ ପୂର୍ବରୁ ନିରାପତ୍ତା ବ୍ୟବସ୍ଥା ସମୀକ୍ଷା କଲେ ଯୋଗୀ ଆଦିତ୍ୟ ନାଥ

ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ବାର୍ଷିକ ପୂର୍ବରୁ ନିରାପତ୍ତା ବ୍ୟବସ୍ଥା ସମୀକ୍ଷା କଲେ ଯୋଗୀ ଆଦିତ୍ୟ ନାଥ

Image Source: Zee News

ଲକ୍ଷ୍ନୌ: ଡିସେମ୍ବର ୬ ତାରିଖରେ ପଡୁଥିବା ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ବାର୍ଷିକୀ ପୂର୍ବରୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିରାପତ୍ତା ବ୍ୟବସ୍ଥା ସମୀକ୍ଷା କରିଛନ୍ତି।

ଶନିବାର ଦିନ ଭିଡିଓ କନ୍‌ଫରେନ୍‌ସ୍‌ ଜରିଆରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜିଲ୍ଲା/ରେଞ୍ଜ୍‌ ସିଭିଲ୍‌ ଏବଂ ପୁଲିସ ଅଧିକାରୀଙ୍କ ସହ କଥାବାର୍ତ୍ତା କରି ରାଜ୍ୟରେ ଯଥେଷ୍ଟ ଏବଂ କଠୋର ନିରାପତ୍ତାଜନିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଉତ୍ତର ପ୍ରଦେଶ ସରକାରଙ୍କର ଏକ ରିଲିଜ ଅନୁସାରେ, ନଭେମ୍ବର ୯ ତାରିଖ ଦିନ ସୁପ୍ରିମ୍‌ କୋର୍ଟ ପ୍ରଦାନ କରିଥିବା ରାୟ ଯୋଗୁଁ ମୁଖ୍ୟମନ୍ତ୍ରୀ ନିରାପତ୍ତା ସମୀକ୍ଷା କରିଥିଲେ।

publive-image Image Courtesy of India Today

ଡିସେମ୍ବର ୧୫ ତାରିଖ ଯାଏଁ ନିରାପତ୍ତା କଟକଣା ଜାରି ରହିବ।

ନିୟମିତ ଫୁଟ୍‌ ପାଟ୍ରୋଲିଙ୍ଗ୍‌, ୟୁପି-୧୧୨ ପାଟ୍ରୋଲିଙ୍ଗ୍‌ ଏବଂ ଶାନ୍ତି କମିଟି ଏବଂ ଧାର୍ମିକ ନେତାମାନଙ୍କ ସହ ନିୟମିତ କଥାବାର୍ତ୍ତା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଧାର୍ମିକ ସ୍ଥଳରେ, ବାଣିଜ୍ୟିକ ଏବଂ ଶିଳ୍ପ ପ୍ରତିଷ୍ଠାନ, ଏଟିଏମ୍‌ ଏବଂ ବ୍ୟାଙ୍କ୍‌ ଆଦିରେ ସିସିଟିଭି କ୍ୟାମେରା ଲଗାଇବା ଉପରେ ବି ସେ ଗୁରୁତ୍ୱ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe