ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗୁଆ

Advertisment
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗୁଆ

ନୂଆଦିଲ୍ଲୀ:  ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ଯଥେଷ୍ଟ ଆଗରେ ଥିବା ଜଣାଯାଇଛି। ଏଣେ ସବୁଠାରୁ ବଡ଼ କଥା ଯେ ଲଖମିପୁର ଖେରି ଅଞ୍ଚଳରେ ଥିବା ସବୁ ଆସନରେ ବିଜେପି ପ୍ରାର୍ଥୀମାନେ ଆଗୁଆ ଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଆଜି (ଗୁରୁବାର) ଜଣାପଡ଼ିବ। ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ଭୋଟ୍ ଗଣତି ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଭୋଟ୍ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। କିଏ କେତେ ଆସନ ଜିତିବ, ଏସଂକ୍ରାନ୍ତ ପ୍ରାରମ୍ଭିକ ସୂଚନା ଦିନ ୧୦ଟାରୁ ମିଳିବା ଆାରମ୍ଭ ହେବ। ସନ୍ଧ୍ୟା ୫ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ।
ଏହି ୫ ରାଜ୍ୟରୁ ୪ଟିରେ ବିଜେପି କ୍ଷମତାରେ ଥିବା ବେଳେ କଂଗ୍ରେସ କେବଳ ଗୋଟିଏ ରାଜ୍ୟ ପଞ୍ଜାବରେ କ୍ଷମତାରେ ରହିଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡ଼ା ମତ ବା ଏକ୍ଜିଟ୍ ପୋଲରେ ଉତ୍ତରପ୍ରଦେଶ ରେ ବିଜେପିକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଦର୍ଶାଯାଇଥିବା ବେଳେ ପଞ୍ଜାବରେ କେଜ୍ରିୱାଲଙ୍କ ଆପ୍ ଚମକପ୍ରଦ ବିଜୟ ହାସଲ କରିବ ବୋଲି ଅନୁମାନ କରାଯାଇଛି। ଗୋଆ ଏବଂ ଉତ୍ତରାଖଣ୍ଡରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାରୁ ଝୁଲା ବିଧାନସଭା ସମ୍ଭାବନା ରହିଛି। ଏକଜିଟ୍ ପୋଲ୍ କେତେ ସତ ହେଉଛି ତାହା ଆସନ୍ତାକାଲି ଗଣତି ବେଳେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe