ରାଜ୍ୟରେ ଅପରାଧ ବଢ଼ିବା ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନର ପ୍ରତି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

Advertisment
ରାଜ୍ୟରେ ଅପରାଧ ବଢ଼ିବା ନେଇ ପ୍ରିୟଙ୍କା ଗାନ୍ଧୀଙ୍କ ବୟାନର ପ୍ରତି ଜବାବ ରଖିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଲକ୍ଷ୍ନୌ: ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ୟୁପି ପୁଲିସ୍‌କୁ ଦାୟୀ କରିଥିବା ବେଳେ ତାହାର ପାଲଟା ଜବାବ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ପ୍ରିୟଙ୍କାଙ୍କୁ ପରିହାସ କରି କହିଛନ୍ତି, ‘ଏହା ଖଟା ଅଙ୍ଗୁର ମାମଲା ଅଟେ।’

କଂଗ୍ରେସ ମହାସଚିବ ପ୍ରିୟଙ୍କା ଶନିବାର ଅଭିଯୋଗ ଆଣି କହିଥିଲେ ଯେ ‘ଅପରାଧୀମାନେ ରାଜ୍ୟରେ ଖୁଲୁମଖୁଲା ବୁଲୁଛନ୍ତି। ରାଜ୍ୟ ସରକାର ଅପରାଧୀକ ମାମଲା ପ୍ରଂସଗରେ କେବେ ଆତ୍ମସମର୍ପଣ କରିଛନ୍ତି?’

publive-image

ପ୍ରିୟଙ୍କାଙ୍କ ଏପରି ବୟାନରେ ପ୍ରତିକ୍ରିୟା ରଖି ଆଦିତ୍ୟନାଥ କହିଛନ୍ତି କି ‘ କଂଗ୍ରେସ ଅଧ୍ୟକ୍ଷ ତଥା ରାହୁଲ ଗାନ୍ଧୀ ତାଙ୍କର ପାରିବାରିକ ଆସନ ଆମେଥିରୁ ହାରିବା ହେତୁ ପ୍ରିୟଙ୍କା ରାଗରେ ଆସି ଏପରି କହିଛନ୍ତି।’

ଉଲ୍ଲେଖଯୋଗ୍ୟ, ଶନିବାର ପ୍ରିୟଙ୍କା ଗାନ୍ଧୀ ଟ୍ଵିଟ୍‌ କରି ଲେଖିଥିଲେ, ‘ପୂରା ଉତ୍ତରପ୍ରଦେଶରେ ଅପରାଧୀମାନେ ଖୁଲୁମ୍‌ଖୁଲା ବୁଲୁଛନ୍ତି। ସେମାନେ ସେମାନଙ୍କ ଇଚ୍ଛା ମୁତାବକ କାମ କରୁଛନ୍ତି। ମାତ୍ର ଏହା ଭାଜପା ସରକାରଙ୍କ କାନରେ ପଡୁଛି କି? ଅପରାଧୀକ ମାମଲା ପ୍ରଂସଗରେ କେବେ ଆତ୍ମସମର୍ପଣ କରିଛନ୍ତି କି ସରକାର?’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe