Image Source: India Today
ପ୍ରୟାଗରାଜ: ବସନ୍ତ ପଞ୍ଚମୀ ଉପଲକ୍ଷେ ଗୁରୁବାର ପ୍ରତ୍ୟୁଷରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜସ୍ଥିତ ଗଙ୍ଗା ଓ ଯମୁନାର ମିଳନସ୍ଥଳ ସଙ୍ଗମଠାରେ ପବିତ୍ର ବୁଡ଼ ପକାଇଛନ୍ତି।
ସଙ୍ଗମ ଠାରେ ଆଜି ପବିତ୍ର ବୁଡ଼ ପକାଇଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଙ୍ଗମ କୂଳରେ ପୂଜାପାଠ ମଧ୍ୟ କରିଥିଲେ। ଏହା ପରେ ସେ ‘ସେଲ୍ଫି ପଏଣ୍ଟ୍’ରେ ଏକ ଫଟୋ ସେସନ୍ରେ ଯୋଗ ଦେଇଥିଲେ।
Image Source: ANIବସନ୍ତ ପଞ୍ଚମୀ ଅବସରରେ ସେ ସେଠାରେ ଗୁଡ଼ି ମଧ୍ୟ ଉଡ଼ାଇଛନ୍ତି।
ବୁଧବାର ସନ୍ଧ୍ୟା ବେଳେ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ଠାରେ ପହଞ୍ଚିଥିଲେ। ସେଠାରେ ଚାଲିଥିବା ମାଘମେଳା ଲାଗି ଡେରା ପକାଇଥିବା କେତେକ ସାଧୁସନ୍ଥଙ୍କ ସହ ସେ ଆଲୋଚନା ମଧ୍ୟ କରିଥିଲେ।
ଆଜି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ଉନ୍ନତି କାମନା କରିଛନ୍ତି।
Follow Us