ମାର୍ଚ ୨୫ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

ମାର୍ଚ ୨୫ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ

Image Courtesy of India Today

ଲକ୍ଷ୍ନୌ: ମାର୍ଚ ୨୫ରେ ଦ୍ବିତୀୟ ପାଳି ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀମାନ‌େ ମଧ୍ୟ ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ।

ଯୋଗୀ ଆଦିତ୍ୟାନଥଙ୍କ ପାଇଁ ‘ବିଜେପି’ ଆୟୋଜନ କରୁଥିବା ଭବ୍ୟ ଶପଥ ଗ୍ରହଣ ଉତ୍ସବ ଅବସରରେ ନିମନ୍ତ୍ରଣ ପାଇବାକୁ ଥିବା ଅତିଥିମାନଙ୍କର ତାଲିକା ପ୍ରସ୍ତୁତି କରୁଛି। ପ୍ରାପ୍ତ ସୂଚନା ଅନୁସାରେ, ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେତେକ ‘ବିଜେପି’ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳର ନେତାମାନଙ୍କ ସମେତ ଅନ୍ୟ କେତେକ ପ୍ରମୁଖ ରାଜନେତା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାଛଡ଼ା, ‘ବିଜେପି’କୁ ପୁନର୍ବାର କ୍ଷମତାକୁ ଆଣିବା ଲାଗି ଗୁରୁଦାୟିତ୍ବ ତୁଲାଇଥିବା ‘ଲାଭାର୍ଥୀ’ ଭାବେ ପରିଚିତ କେତେକ ସରକାରୀ ଯୋଜନାର ହିତାଧିକାରୀମାନେ ମଧ୍ୟ  ଏହି ଶପଥ ଗ୍ରହଣ ଉତ୍ସବକୁ ଅତିଥି ହୋଇ ଆସିବେ।

publive-image Image Courtesy of News18

ମାର୍ଚ ୨୫ ତାରିଖ ଅପରାହ୍ଣ ୪ଟାରେ ଲକ୍ଷ୍ନୌସ୍ଥିତ ‘ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମ୍‌’ରେ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାବେଶରେ ଯୋଗ ଦେଉଥିବା ପ୍ରାୟ ୨୦୦ଜଣ ‘ଭିଭିଆଇପି’ଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ, ଏହି ଷ୍ଟାଡିୟମ୍‌ରେ ଏକକାଳୀନ ୫୦,୦୦୦ ଦର୍ଶକ ବସି ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe