ୟୁପିରେ ବିଜେପି ବିଧାୟକ ଦଳର ନେତା ହେଲେ ଯୋଗୀ ଆଦିତ୍ୟନାଥ, ଆସନ୍ତାକାଲି ନେବେ ଶପଥ

Advertisment
ୟୁପିରେ ବିଜେପି ବିଧାୟକ ଦଳର ନେତା ହେଲେ ଯୋଗୀ ଆଦିତ୍ୟନାଥ, ଆସନ୍ତାକାଲି ନେବେ ଶପଥ

indiatoday

ଲକ୍ଷ୍ନୌ: ବିଜେପି ବିଧାୟକ ଦଳର ନେତା ହେଲେ ଯୋଗୀ ଆଦିତ୍ୟନାଥ। ଉତ୍ତରପ୍ରଦେଶର ବିଜେପି ବିଧାୟକ ଦଳ ବୈଠକରେ ଆଜି ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବରେ ବଛାଯାଇଛି। ଏହା ପରେ ଯୋଗୀ ଆସନ୍ତାକାଲି କ୍ରମାଗତ ଦ୍ୱିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଧାୟକ ଦଳର ନେତା ହେବା ପରେ ଯୋଗୀ କହିଛନ୍ତି ଯେ, ରାଜ୍ୟରେ କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛି। ଏଭଳି ହେବା ପ୍ରଥମ। ଜାତୀୟତା ଏବଂ ଉତ୍ତମ ଶାସନ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ିହେବ ବୋଲି ବିଜେପି ପ୍ରମାଣ କରି ଦେଖାଇଛି।

ଯୋଗୀ ଆହୁରି କହିଛନ୍ତି ଯେ, ଦଳ ୨୦୧୭ରେ ମୋ ଉପରେ ବିଶ୍ୱାସ କରିଥିଲା। ସେତେବେଳେ ମୁଁ କେବଳ ସାଂସଦ ଥିଲି ଏବଂ ମୋର କୌଣସି ପ୍ରଶାସନିକ ଅଭିଜ୍ଞତା ନଥିଲା। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମୋ ପାଇଁ ପରାମର୍ଶଦାତା ସାଜିଥିଲେ। ଜଣେ ସାଂସଦ ଏକ ସୀମିତ ପରିସର ଭିତରେ ରହି ଶାସନ କରେ। କିନ୍ତୁ ୟୁପି ଭଳି ରାଜ୍ୟକୁ ଶାସନ କରିବା ଏକ ଭିନ୍ନ କଥା ଏବଂ ମୋତେ ମିଳିଥିବା ମାର୍ଗଦର୍ଶନ ଯୋଗୁଁ ମୁଁ ୟୁପିରେ ଭଲ ଶାସନ କରିପାରିଛି ବୋଲି ଭାବୁଛି। ଏହି କାରଣରୁ ଲୋକେ ମୋତେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe