ବୁଲନ୍ଦସର ହିଂସା: ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ‘ଯାହା ବି ଘଟିଲା, ତାହା ଏକ ଦୁର୍ଘଟଣା ଥିଲା’

Advertisment
ବୁଲନ୍ଦସର ହିଂସା: ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ, ‘ଯାହା ବି ଘଟିଲା, ତାହା ଏକ ଦୁର୍ଘଟଣା ଥିଲା’

ଲକ୍ଷ୍ନୌ: ବୁଲନ୍ଦସରରେ ଗତ ସୋମବାର ଘଟି ଯାଇଥିବା ହିଂସା ପରିପ୍ରେକ୍ଷୀରେ ଏବେ ଉତ୍ତରପ୍ରଦେଶକୁ ନେଇ ପୁଣିଥରେ ସମଗ୍ର ଦେଶରେ ସୃଷ୍ଟି ହୋଇଛି ଆଲୋଡ଼ନ। ତେବେ, ଏହି ଘଟଣା ଉପରେ ତିନି ଦିନ ଧରି ନିରବ ରହିବା ପରେ ଆଜି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବୁଲନ୍ଦସର ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ବୁଲନ୍ଦସରରେ ଯାହା ବି ଘଟିଗଲା ତାହା ଏକ ଦୁର୍ଘଟଣା ଥିଲା। ଏହାକୁ ମଧ୍ୟ ଏକ ଦୁର୍ଘଟଣା ଦୃଷ୍ଟିରେ ଦେଖିବା ଉଚିତ୍‌। ରାଜ୍ୟର କୌଣସି ବି ସ୍ଥାନରେ ଏବେ ଭିଡ଼ ହିଂସା ଆଉ ଘଟୁ ନଥିବା ବେଳେ, ରାଜ୍ୟର ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ସ୍ଥିର ଓ ନିୟନ୍ତ୍ରଣାଧୀନ ହୋଇ ରହିଛି।
ଉଲ୍ଲେଖଯୋଗ୍ୟ, ବୁଲନ୍ଦସର ହିଂସାକୁ ନେଇ ବିରୋଧୀ ଦଳମାନେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କର ତୀବ୍ର ସମାଲୋଚନା କରିବା ସହ ରାଜ୍ୟରେ ଥିବା ଗୋହତ୍ୟାକାରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଦମନ କରିବାକୁ ସେ ଦେଇଥିବା ଅଲିକ୍ଷିତ ନିର୍ଦ୍ଦେଶ କାରଣରୁ ବୁଲନ୍ଦସରରେ ଏପରି ହିଂସା ଘଟିଲା ବୋଲି ଅଭିଯୋଗ କରିବା ପରେ ବୁଲନ୍ଦସର ଘଟଣା ଉପରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe