ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରର ବାରଣାସୀରେ ଜରୁରୀ ଅବତରଣ

ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରର ବାରଣାସୀରେ ଜରୁରୀ ଅବତରଣ

Zee News

ବାରଣାସୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରରେ ଏକ ପକ୍ଷୀ ମାଡ଼ ହେବାରୁ ରବିବାର ହେଲିକପ୍ଟରଟିକୁ ବାରଣାସୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା। ବାରଣାସୀର ରିଜର୍ଭ ପୋଲିସ୍ ଲାଇନ୍ସ ଗ୍ରାଉଣ୍ଡ୍‌ରୁ ଲକ୍ଷ୍ନୌ ଉଦ୍ଦେଶ୍ୟରେ ହେଲିକପ୍ଟରଟି ଉଡ଼ାଣ ଆରମ୍ଭ କରିବା ପରେ ଏହି ଘଟଣା ଘଟିଥିଲା ବୋଲି ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଲରାଜ ଶର୍ମା କହିଛନ୍ତି। ପ୍ରାରମ୍ଭିକ ସୂଚନା ଅନୁସାରେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ୍‌କୁ ଫେରିଆସିଥିଲେ ଏବଂ ଆଉ ଏକ ରାଜ୍ୟ ବିମାନରେ ସେ ଲକ୍ଷ୍ନୌ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଶନିବାର ବାରଣାସୀ ଆସିଥିଲେ ଏବଂ କାଶୀ ବିଶ୍ବନାଥ ମନ୍ଦିରରେ ଦର୍ଶନ ପରେ କେତେକ ଉନ୍ନୟନ କାର୍ଯ୍ୟ ଏବଂ ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ଶନିବାର ସ୍ବାମିତ୍ବ ଯୋଜନାରେ ୧୧ ଲକ୍ଷ ପରିବାରକୁ ସେ ଲୋକଭବନ ଅଡିଟୋରିୟମରେ ଆବାସିକ ଅଧିକାରପତ୍ର (ଘରବାଡ଼ି ପଟା) ପ୍ରଦାନ କରିଥିଲେ। ଆସନ୍ତାବର୍ଷ ଅକ୍ଟୋବର ସୁଦ୍ଧା ସେ ଅଢ଼େଇ କୋଟି ଲୋକଙ୍କୁ ଏହି ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ବାରାଣସୀରେ ଗୋଟିଏ ରାତି ରହିବା ପରେ ରବିବାର ସକାଳେ ସେ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe