ଯୋଗୀଙ୍କ ନିର୍ଦ୍ଦେଶ : ଏକ୍ସପ୍ରେସ୍ ୱେ ଏବଂ ହାଇଓ୍ବେ କଡ଼ରେ ମଦ ଦୋକାନ ରହିବ ନାହିଁ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଅଧିକାରୀମାନଙ୍କ ସହ ବୈଠକରେ ହୋଲି ପୂର୍ବରୁ ମଦ ଦୋକାନଗୁଡ଼ିକ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଏକ୍ସପ୍ରେସ୍ ୱେ ଏବଂ ହାଇଓ୍ବେ କଡ଼ରେ କୌଣସି ମଦ ଦୋକାନ ରହିବା ଉଚିତ୍ ନୁହେଁ।

yogi A

ଲକ୍ଷ୍ନୌ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଅଧିକାରୀମାନଙ୍କ ସହ ବୈଠକରେ ହୋଲି ପୂର୍ବରୁ ମଦ ଦୋକାନଗୁଡ଼ିକ ସମ୍ପର୍କରେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଏକ୍ସପ୍ରେସ୍ ୱେ ଏବଂ ହାଇଓ୍ବେ କଡ଼ରେ କୌଣସି ମଦ ଦୋକାନ ରହିବା ଉଚିତ୍ ନୁହେଁ। କେବଳ ଏତିକି ନୁହେଁ, ମଦ ଦୋକାନଗୁଡ଼ିକର ସାଇନବୋର୍ଡ ଆକାର ଛୋଟ କରାଯିବ ।

ରବିବାର ଲକ୍ଷ୍ନୌରେ ଉତ୍ତରପ୍ରଦେଶ ରାଜ୍ୟ ସଡ଼କ ସୁରକ୍ଷା ପରିଷଦବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟରେ ସଡ଼କ ଦୁର୍ଘଟଣାକୁ ପ୍ରଭାବଶାଳୀ ଭାବରେ ରୋକିବା ପାଇଁ ଆବଶ୍ୟକ ମାର୍ଗଦର୍ଶିକା ପ୍ରଦାନ କରିଥିଲେ। ସଡ଼କ ଦୁର୍ଘଟଣାକୁ ସାମୂହିକ ଭାବେ ନିୟନ୍ତ୍ରଣ କରିବା ପାଇଁ ସଡ଼କ ସୁରକ୍ଷା ସହ ଜଡ଼ିତ ସମସ୍ତ ବିଭାଗ ପରସ୍ପର ସହ ସମନ୍ୱୟ ରକ୍ଷା କରିବା ଉଚିତ ବୋଲି ସିଏମ୍ ଯୋଗୀ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ସମସ୍ତ ରାସ୍ତାରେ ବ୍ଲାକ ସ୍ପଟ୍ ଚିହ୍ନଟ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉ।

ଏହି ବୈଠକରେ ସିଏମ ଯୋଗୀ କହିଛନ୍ତି ଯେ ବିନା ପରମିଟରେ ବସକୁ ରାସ୍ତାରେ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ । ଓଭରଲୋଡ୍ ଗାଡ଼ି ଓ ବେଆଇନ ପରିବହନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ବିନା ପରମିଟରେ ବାହାର ରାଜ୍ୟରୁ ଆସୁଥିବା ଯାନବାହନକୁ ସୀମାରେ ଅଟକାଇବା ସହ ପରିବହନ ସଂଘ ଓ ଯାନ ସଂଘ ସହ ଯୋଗାଯୋଗ ସ୍ଥାପନ କରାଯାଇ ଦୂରଗାମୀ ଯାନରେ ଯେପରି ଦୁଇ ଜଣ ଡ୍ରାଇଭର ରହିବେ ତାହା ସୁନିଶ୍ଚିତ କରାଯାଉ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe