ମଦ୍ରାସାଗୁଡ଼ିକ ବନ୍ଦ ନକରି ଏଠାରେ କମ୍ପ୍ୟୁଟର-ଇଂରାଜୀ ପଢ଼ାଯାଉ: ଯୋଗୀ

Advertisment

ସଂସ୍କୃତ ବିଦ୍ୟାଳୟ ଗୁଡ଼ିକ ଆଧୁନିକୀକରଣ ହେବା ଦରକାର

ସଂସ୍କୃତ ବିଦ୍ୟାଳୟ ଗୁଡ଼ିକ ଆଧୁନିକୀକରଣ ହେବା ଦରକାର

ମଦ୍ରାସାଗୁଡ଼ିକ ବନ୍ଦ ନକରି ଏଠାରେ କମ୍ପ୍ୟୁଟର-ଇଂରାଜୀ ପଢ଼ାଯାଉ: ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର କହିଛନ୍ତି, ମଦ୍ରାସାଗୁଡ଼ିକୁ ବନ୍ଦ ନକରି ଏଠାରେ କମ୍ପ୍ୟୁଟର ଓ ଇଂରାଜୀ ପଢ଼ାଯିବ। ମଦ୍ରାସା ଗୁଡ଼ିକ ଆଧୁନିକୀକରଣ ହେବା ଦରକାର। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍‌ ଅଲି ନକଭୀଙ୍କ ଉପସ୍ଥିତିରେ ଯୋଗୀ କହିଛନ୍ତି, ମଦ୍ରାସା ଭଳି ସଂସ୍କୃତ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଆଧୁନିକୀକରଣ ହେବାର ଆବଶ୍ୟକତା ଅଛି।

ଲକ୍ଷ୍ନୌରେ ଦେଶର ୯ଟି ରାଜ୍ୟର ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗୀ କହିଛନ୍ତି, ମାଦ୍ରାସାଗୁଡ଼ିକ ବନ୍ଦ କରିବା ସେମିତି କିଛି ଯୋଜନା ନାହିଁ। ମାଦ୍ରାସା ଗୁଡ଼ିକ ଆଧୁନିକୀକରଣ କରାଯିବା ଦରକାର। ମଦ୍ରାସା ଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରାଯିବ। ସେହିଭଳି ଇଂରାଜୀ ସହିତ ପ୍ରଯୁକ୍ତିବଦ୍ୟା ସମ୍ବନ୍ଧୀତ ଶିକ୍ଷା ଦିଆଯିବ। ଏହାଦ୍ୱାରା ସମାଜରେ ପରିବର୍ତ୍ତନ ଆସିବ। ପିଲାମାନଙ୍କ ପ୍ରତିଭା ସମାଜର ଉନ୍ନୟନ କାମରେ ଲାଗିବ। ପିଲାମାନଙ୍କୁ ରୋଜଗାର ମିଳି ପାରିବ ଓ ବେକାରି ଜନିତ ସମସ୍ୟା ଦୂର ହେବ।

publive-image

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଯେତେବେଳେ ଆମେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶ ସମ୍ପର୍କରେ ଆଲୋଚନା କରୁ, ଆମ ଆଗରେ ଅନେକ ପ୍ରଶ୍ନ ଛିଡ଼ା ହୋଇଥାଏ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟର ଅନେକ ଗୁଡ଼ିଏ ଦାୟିତ୍ୱ ରହିଛି। ସେ କହିଛନ୍ତି, ଯଦି ଆମ ଶରୀର କୌଣସି ଅଙ୍ଗ କାମ କରିବା ବନ୍ଦ କରି ଦିଏ, ତେବେ ଆମେ ଦିବ୍ୟାଙ୍ଗ ପାଲଟିଯିବା। ସେହିଭଳି ସମାଜରେ ଯଦି କୌଣସି ବ୍ୟକ୍ତିଙ୍କ ପ୍ରତି ଭେଦଭାବ କରାଯିବ ସେ ନିଜକୁ ଅବହେଳିତ ମନେ କରିବ।

ଯୋଗୀ କହିଛନ୍ତି, ନକଭୀ ମନ୍ତ୍ରୀ ପଦ ଦାୟିତ୍ୱ ନେବା ପରେ ତାଙ୍କର ମନ୍ତ୍ରାଳୟରେ ଦ୍ରୁତ ପରିବର୍ତ୍ତନ ଦେଖାଯାଉଛି। ୩୭ ଲକ୍ଷ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯାଇଛି। ସରକାର ବିନା ଭେଦଭାବରେ ସମସ୍ତଙ୍କ ପାଇଁ କାମ କରୁଛି। ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe