ରାଜ୍ୟର ସମସ୍ତ ୭୫ ଜିଲ୍ଲା ଗସ୍ତ କରି ଆଦିତ୍ୟନାଥ ଯୋଗୀ ରେକର୍ଡ କଲେ

Advertisment
ରାଜ୍ୟର ସମସ୍ତ ୭୫ ଜିଲ୍ଲା ଗସ୍ତ କରି ଆଦିତ୍ୟନାଥ ଯୋଗୀ ରେକର୍ଡ କଲେ

ଲକ୍ଷ୍ମୋ: କ୍ଷମତାକୁ ଆସିବାର ମାତ୍ର ୧୬ ମାସ ମଧ୍ୟରେ ଉତ୍ତର ପ୍ରଦେଶର ସମସ୍ତ ୭୫ଟି ଜିଲ୍ଲା ଗସ୍ତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ରେକର୍ଡ କରିଛନ୍ତି। ଗତ ସୋମବାର ଦିନ ରାଜ୍ୟର ଶେଷ ଜିଲ୍ଲା ତଥା ୭୫ ତମ ଜିଲ୍ଲା ଭାବେ ମଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯାଗୀ ହଥ୍ରାସ ଜିଲ୍ଲାଗସ୍ତ କରିବା ସହିତ ସେହି ଜିଲ୍ଲାର ବିକାଶ ପାଇଁ ୧୫୬ କୋଟି ଟଙ୍କାର ୩୪ ଉନ୍ନୟନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।
ଏ ସମ୍ପର୍କରେ ସୂଚନା ଦେଇ ବିଜେପି ମୁଖପାତ୍ର ମନୀଷ ଶୁକ୍ଳା କହିଛନ୍ତି ଯେ ପ୍ରଥମ ଥର ପାଇଁ କୌଣସି ମୁଖ୍ୟମନ୍ତ୍ରୀ ଏତେ କମ୍‌ ସମୟ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ରାଜ୍ୟର କୌଣସି ଗୋଟିଏ ବି ଜିଲ୍ଲା ଅବହେଳିତ ନ ହୁଏ ତା’ର ବାସ୍ତବ ଦିଗ ଉପରେ ଗୁରୁତ୍ୱ ଦେଇଛନ୍ତି। କେବଳ ଗସ୍ତ କରି ନାହିଁନ୍ତି, ଭିତ୍ତିଭୂମି ବିକାଶ ପାଇଁ ତୃଣମୂଳସ୍ତରରେ ଆଲୋଚନା କରିବା ସହିତ କ୍ଷେତ୍ରଭ୍ରମଣ କରି ଏହାର ବାସ୍ତବ କାର୍ଯ୍ୟାନ୍ଵୟନ ଉପରେ ଗୁରୁତ୍ୱ ଦେଇଛନ୍ତି।ଏତଦ୍‌ବ୍ୟତୀତ ପ୍ରତି ଜିଲ୍ଲାର ପୁଲିସ ମୁଖ୍ୟ ଓ ପ୍ରଶାସନିକ ମୁଖ୍ୟଙ୍କ ସହିତ ସିଧାସଳଖ କଥା ହୋଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଓ ବିକାଶ ଉପରେ ସମୟୋଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

publive-image
ଯଦିଓ ନୋଇଡ଼ା ଗସ୍ତକୁ ନେଇ ରାଜ୍ୟରେ ଏକ ଅନ୍ଧବିଶ୍ୱାସ ରହିଛି, ତଥାପି ଆଦିତ୍ୟନାଥ ଯୋଗୀ ଏହାକୁ ଭୃକ୍ଷେପ ନ କରି ନୋଇଡ଼ା ଗସ୍ତ କରିଛନ୍ତି। ତାଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ମାୟାବତୀ ଓ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବାର ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନୋଇଡ଼ା ଜିଲ୍ଲାକୁ ଗସ୍ତ କରି ନ ଥିଲେ। ୧୯୮୮ ମସିହା ଜୁନ ମାସରେ ରେ ତତ୍‌କାଳୀନ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂହ ନୋଇଡ଼ା ଗସ୍ତ କରି ଫେରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଏହି କାଣରୁ ଆଉ କେହି ମୁଖ୍ୟମନ୍ତ୍ରୀ ନୋଇଡ଼ା ଗ୍ରସ୍ତ କରିବାକୁ ଇଛା କରନ୍ତି ନାହିଁ। ମାତ୍ର ଆଦିତ୍ୟନାଥ ଯୋଗୀ ନୋଇଡ଼ା ସମେତ ସମସ୍ତ ୭୫ ଜିଲ୍ଲା ଗସ୍ତ କରି ଏକ ରେକର୍ଡ କରିଛନ୍ତି ବୋଲି ଶ୍ରୀ ଶୁକ୍ଳା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe