ପିଏଫ୍‌ଆଇକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ରକୁ ୟୁପିର ପତ୍ର : ରାଜ୍ୟ ବ୍ୟାପୀ ଚଢ଼ଉ, ୨୮ ଗିରଫ

Advertisment
ପିଏଫ୍‌ଆଇକୁ ନିଷିଦ୍ଧ କରିବା ପାଇଁ କେନ୍ଦ୍ରକୁ ୟୁପିର ପତ୍ର : ରାଜ୍ୟ ବ୍ୟାପୀ ଚଢ଼ଉ, ୨୮ ଗିରଫ

DNA India

ଲ‌କ୍ଷ୍ନୌ : ସିଏଏ ବିରୋଧୀ ଆନ୍ଦୋଳନ ସମୟରେ ସୃଷ୍ଟି ହୋଇଥିବା ହିଂସାରେ ପ୍ରମୁଖ ଭୂମିକା‌ ନେଇଥିବା ପିଏଫ୍‌ଆ‌ଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ)କୁ ନିଷିଦ୍ଧ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଏବେ ତତ୍ପର ହୋଇଉଠିଛନ୍ତି। ପିଏଫ୍‌ଆଇ ହିଂସା ସୃଷ୍ଟି ପାଇଁ ଉସୁକାଇବାରେ ପ୍ରମୁଖ ଭୂମିକା ନେଉଥିବାରୁ ଏହାକୁ ନିଷିଦ୍ଧ କରିବାପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ମିଳିଥିବା ସୂଚନାନୁଯାୟୀ ଗୃହ ମନ୍ତ୍ରାଳୟ ପିଏଫ୍‌ଆଇର ପୂର୍ବ କାର୍ଯ୍ୟକ୍ରମଗୁଡ଼ିକୁ ସମୀକ୍ଷା କରିବା ପୂର୍ବରୁ ଗୁଇନ୍ଦା ସଂସ୍ଥା ଏବଂ କେନ୍ଦ୍ରୀୟ ସରକାରୀ ସଂସ୍ଥା ସହ ଯୋଗାଯୋଗ କରିବ। ଉତ୍ତରପ୍ରଦେଶ ଡିଜିପି ଓପି ସିଂହ ପୂର୍ବରୁ ପିଏଫ୍‌ଆଇକୁ ନିଷିଦ୍ଧ କରିବାପାଇଁ ରାଜ୍ୟର ଗୃହ ବିଭାଗକୁ ଏକ ଚିଠି ପଠାଇଥିଲେ। ଅନେକ ସଂଖ୍ୟାରେ ସିମି କାର୍ଯ୍ୟକର୍ତ୍ତା ଏବେ ପିଏଫ୍‌ଆଇରେ ଅଛନ୍ତି। ସେମାନେ ରାଜ୍ୟରେ ହିଂସା ପାଇଁ ଉସୁକାଉଛନ୍ତି। ସେମାନଙ୍କ ମଧ୍ୟରୁ ୨୨ ଜଣ ଆନ୍ଦୋଳନ ସମୟରେ ଗିରଫ ହୋଇଥିଲେ। ଏବେ ରାଜ୍ୟବ୍ୟାପୀ ଚଢ଼ଉରେ ଆଉ ୨୮ ଜଣ ପିଏଫ୍‌ଆଇ ସଦସ୍ୟ ଗିରଫ ହୋଇଛନ୍ତି। ପିଏଫ୍‌ଆଇ ଏବେ ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶରେ ସକ୍ରିୟ ରହିଛି ବୋଲି ଡିଜିପି କହିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ସଂଖ୍ୟାଲଘୁ ମନ୍ତ୍ରୀ ମୋହସିନ ରାଜା ଅଭିଯୋଗ କରିଛନ୍ତି ଯେ ପିଏଫ୍‌ଆଇ ମୁସଲିମ୍‌ ଯୁବକଙ୍କୁ ଭୁଲ୍‌ ବାଟରେ ନେଉଛି ଏବଂ ଏହା ଦେଶରେ ଆତଙ୍କବାଦର ପ୍ରସାର କରୁଛି। ରାଜା କହିଛନ୍ତି ଯେ ସିଏଏକୁ ବିରୋଧ କରିବା ବାହାନରେ ବ୍ୟାପକ ହିଂସା ଷଡ଼ଯନ୍ତ୍ର ହୋଇଥିଲା ଏବଂ ପିଏଫ୍‌ଆଇ ଏହାର ମୁଖ୍ୟ ସଚାଳକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe