ଓବିସି ସଂରକ୍ଷଣ ମାମଲାରେ ଯୋଗୀ ସରକାରଙ୍କୁ ଆଶ୍ବସ୍ତି: ଆହ୍ଲାବାଦ ହାଇକୋର୍ଟ ରାୟ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ହେମାଙ୍କ ପାଇଁ ପ୍ରଚାର କରି ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ

Image Courtesy of Zee News

ନୂଆଦିଲ୍ଲୀ: ସୁ୍ପ୍ରିମକୋର୍ଟ‌ରେ ଆଜି ‌ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ଉତ୍ତରପ୍ରଦେଶ ସରକାରକୁ ଆଶ୍ବସ୍ତି ମିଳିଛି। ଓବିସି ସଂରକ୍ଷଣ ବିନା ପୌର ନିର୍ବାଚନ କରିବାପାଇଁ ଆହ୍ଲାବାଦ ହାଇକୋର୍ଟ ଗତ ଡିସେମ୍ବର ୨୭ ତାରିଖରେ ଯେଉଁ ରାୟ ଦେଇଥିଲେ ସେହି ରାୟ ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍‌ ନରସିଂହଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟାଙ୍କ ପକ୍ଷ ଶୁଣିବାପରେ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ କମିଟି ମାର୍ଚ୍ଚ ୩୧, ୨୦୨୩ ସୁଦ୍ଧା ନିର୍ବାଚନ ପାଇଁ ଓବିସି କୋଟା ସଂକ୍ରାନ୍ତ ବିଷୟବସ୍ତୁ ଉପରେ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି। ତେବେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେବାପରେ ବିଭାଗୀୟ କାର୍ଯ୍ୟ ତୁଲାଇବାପାଇଁ ରାଜ୍ୟ ସରକାର ପ୍ରଶାସକଙ୍କୁ ନିଯୁକ୍ତି ଦେବାପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

ତେବେ ଏହି ପ୍ରଶାସକମାନେ କୌଣସି ଗୁରୁତ୍ବପୂର୍ଣ୍ଣ ନୀତି ନିର୍ଦ୍ଧାରଣ ସଂକ୍ରାନ୍ତ ନିଷ୍ପତ୍ତି ନେଇପାରିବେନି ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ଜାନୁଆରି ୩୧ ସୁଦ୍ଧା ଅନେକ ପୌରପାଳିକା କାର୍ଯ୍ୟକାଳ ଶେଷ ହେଉଥିବାରୁ ବିନା ଓବିସି ସଂରକ୍ଷଣରେ ତୁରନ୍ତ ନିର୍ବାଚନ ହେଉ। ଏହି ରାୟକୁ ରାଜ୍ୟ ସରକାର ବିରୋଧ କରିଥିଲେ ଏବଂ ବିନା ସଂରକ୍ଷଣରେ ରାଜ୍ୟରେ ପୌର ନିର୍ବାଚନ ହେବନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe