Image Courtesy of Zee News
ବାରଣାସୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତ ୬ ବର୍ଷ ମଧ୍ୟରେ ୧୦୦ ଥର କାଶୀ ବିଶ୍ବନାଥଙ୍କୁ ଦର୍ଶନ କଲେଣି। ଶୁକ୍ରବାର ଦିନ ଯୋଗୀ ୨ ଦିନିଆ ବାରଣାସୀ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଯୋଗୀ କାଶୀ ବିଶ୍ବନାଥଙ୍କୁ ଦର୍ଶନ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବାପରେ ଯୋଗୀ ମୋଟ୍ ୧୧୩ ଥର ବାରଣାସୀ ଗସ୍ତ କଲେଣି। ପ୍ରତି ଗସ୍ତ ସମୟରେ ଯୋଗୀ ସହରରେ ବିକାଶମୂଳକ କାର୍ଯ୍ୟର ସୀମାକ୍ଷା କରୁଛନ୍ତି। ୨୦୧୭ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଯୋଗୀ ପ୍ରଭୁ ବିଶ୍ବେଶ୍ବରଙ୍କୁ ୭୪ ଥର ଦର୍ଶନ କରିଛନ୍ତି।
୨୦୧୭ରେ ଯୋଗୀ କ୍ଷମତାକୁ ଆସିବା ପରଠାରୁ ପ୍ରତି ୨୧ ଦିନରେ ଥରେ କାଶୀ ବିଶ୍ବନାଥଙ୍କୁ ଦର୍ଶନ କରୁଛନ୍ତି। ଗତବର୍ଷ ସେପ୍ଟେମ୍ବର ୯ରେ ଯୋଗୀ ବାରଣାସୀକୁ ୧୦୦ତମ ଗସ୍ତ କରିଥିବାବେଳେ ଏହି ସମୟରେ ସେ ବିଶ୍ବନାଥଙ୍କୁ ୮୮ ଥର ପାଇଁ ଦର୍ଶନ କରିଥିଲେ। ସେବେଠାରୁ ମାର୍ଚ୍ଚ ୧୮ ମଧ୍ୟରେ ସେ ୧୨ ଥର କାଶୀ ବିଶ୍ବନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଯୋଗୀ ମଧ୍ୟ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଗତ ୬ ବର୍ଷ ମଧ୍ୟରେ ୧୦୦ ଥର କାଳ ଭୈରବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
Follow Us