ଋଷିକେଶ ଏମ୍ସରେ ନିଜ ଅସୁସ୍ଥ ମା’ଙ୍କୁ ଭେଟିଲେ ଯୋଗୀ

Advertisment
ଋଷିକେଶ ଏମ୍ସରେ ନିଜ ଅସୁସ୍ଥ ମା’ଙ୍କୁ ଭେଟିଲେ ଯୋଗୀ

ଋଷିକେଶ: ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ପିଟାଲରେ ତାଙ୍କ ମା'ଙ୍କୁ ଭେଟିଛନ୍ତି। ଏହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସିଏମ ଯୋଗୀ ତାଙ୍କ ମା'ଙ୍କ ଯତ୍ନ ନେଉଥିବାର ନଜର ଆସିଛନ୍ତି  

ସିଏମ୍ ଯୋଗୀ ମଧ୍ୟ ଡାକ୍ତରଖାନାରେ ତାଙ୍କ ମା'ଙ୍କୁ ଭେଟିବା ସମୟରେ ଭାବପ୍ରବଣ ହୋଇପଡ଼ିଥିଲେ। ସିଏମ୍ ଯୋଗୀଙ୍କ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ଏବଂ ସେ ଏମ୍ସ ଋଷିକେଶରେ ଚିକିତ୍ସିତ ହେଉଛନ୍ତି। ପୁଅକୁ ଦେଖି ମା' ମଧ୍ୟ ଭାବପ୍ରବଣ ହୋଇପଡ଼ିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଗୋରଖପୁରରୁ ସିଧାସଳଖ ତାଙ୍କ ମା'ଙ୍କୁ ଭେଟିବା ପାଇଁ ଉତ୍ତରାଖଣ୍ଡର ଋଷିକେଶ ଏମ୍ସରେ ପହଞ୍ଚିଥିଲେ। ପ୍ରାୟ ୨୦ ମିନିଟ୍ ଧରି ସେ ତାଙ୍କ ମା'ଙ୍କ ସହ ରହିଥିଲେ। ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟି ତାଙ୍କ ମା'ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ମା' ସାବିତ୍ରୀ ଦେବୀ (୮୫) ଆଖି ସମସ୍ୟା କାରଣରୁ ଜୁନ୍ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ସେ ଜେରିଆଟ୍ରିକ୍ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ଶନିବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଧ୍ୟ ସାବିତ୍ରୀ ଦେବୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe