ଗୋରଖପୁର ଚଢ଼ଉ ମାମଲାରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଯୋଗୀ

ସରକାରୀ ଚାକିରି ଘୋଷଣା

ଗୋରଖପୁର ଚଢ଼ଉ ମାମଲାରେ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଯୋଗୀ

NewsTree

ଲକ୍ଷ୍ନୌ : ଗୋରଖପୁରରେ ପୁଲିସ ଚଢ଼ଉ ସମୟରେ ମୃତ୍ୟୁ ହୋଇଥିବା କାନପୁର ବ୍ୟବସାୟୀଙ୍କ ପରିବାର ସଦସ୍ୟଙ୍କୁ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭେଟିଛନ୍ତି। ବ୍ୟବସାୟୀଙ୍କ ପତ୍ନୀଙ୍କୁ ସେ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରାଯାଇଛି। ଏଭଳି ଜଘନ୍ୟ ଅପରାଧରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କୁ ଚାକିରିରୁ ବିଦା କରାଯିବ ବୋଲି ଯୋଗୀ କହିଛନ୍ତି। ଏହି ଅପରାଧରେ ଯେଉଁ ପୁଲିସ ସମ୍ପୃକ୍ତ ସେମାନଙ୍କ ବି‌ରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି। କାନପୁର ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ମୃତ୍ୟୁ ମାମଲାରେ ଗତକାଲି ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ପାଠକ କହିଛନ୍ତି, ସମସ୍ତ ୬ ଜଣ ପୁଲିସଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏହି ମାମଲା ଅତି ଜଟିଳ। ସରକାର ମଧ୍ୟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଫାଷ୍ଟ ଟ୍ରାକ୍‌ କୋର୍ଟରେ ଉକ୍ତ ମାମଲାର ବିଚାରଣ ହେବ ବୋଲି ପାଠକ କହିଛନ୍ତି।

ଇତି ମଧ୍ୟ‌ରେ ମନୀଷଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। କୋମାକୁ ଚାଲିଯିବାପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିରୋଧୀମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଆଜି ମନୀଷ ଗୁପ୍ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ସେ ଉକ୍ତ ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ରାଜ୍ୟ ସରକାର ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଅଖିଳେଶ ଯାଦବ ସମାଜବାଦୀ ପାର୍ଟି ପକ୍ଷରୁ ଉକ୍ତ ପରିବାର ସଦସ୍ୟଙ୍କ ପାଇଁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe