ଦରକାର ହେଲେ କର୍ଣ୍ଣାଟକରେ ‘ଯୋଗୀ ମଡେଲ’ କାର୍ଯ୍ୟକାରୀ ହେବ: ବୋମାଇ

ମୁଁ ମୁଖ୍ୟମନ୍ତ୍ରୀ ଭାବେ ଫେରିବି: ବୋମାଇ

The Indian Express

ନୂଆଦିଲ୍ଲୀ  : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଆଜି କହିଛନ୍ତି, ଯଦି ରାଜ୍ୟରେ ଦେଶଦ୍ରୋହୀମାନେ ସକ୍ରିୟ ହୋଇଉଠିବେ ଏବଂ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିବେ ତା’ହେଲେ ‘ଯୋଗୀ ଆଦିଦ୍ୟନାଥ ମଡେଲ’ କାର୍ଯ୍ୟକାରୀ ହେବ। କର୍ଣ୍ଣାଟକରେ ବିଜେପି ସରକାରର ୫ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବୋମାଇ କହିଛନ୍ତି, ଉତ୍ତରପ୍ରଦେଶରେ ଉପୁଜିଥିବା ସ୍ଥିତିର ମୁକାବିଲା ପାଇଁ ଯୋଗୀ ଆଦିତ୍ୟନାଥ ହିଁ ସଠିକ ମୁଖ୍ୟମନ୍ତ୍ରୀ। ତେବେ କର୍ଣ୍ଣାଟକରେ ଭିନ୍ନ ମେଥଡ୍‌ ବ୍ୟବହାର ହୋଇଛି। ଯଦି ଆବଶ୍ୟକ ହୁଏ ତେବେ ଯୋଗୀ ମଡେଲ କର୍ଣ୍ଣାଟକରେ ମଧ୍ୟ କାର୍ଯ୍ୟକାରୀ ହେବ। କର୍ଣ୍ଣାଟକରେ ବିଜେପି ଯୁବ ନେତାଙ୍କ ହତ୍ୟା ଘଟଣାକୁ ବିରୋଧ କରି ଉତ୍ତେଜନା ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ଏଭଳି ଟିପ୍ପଣୀ ଦେଇଛନ୍ତି।

କର୍ଣ୍ଣାଟକରେ ବିଜେପି ଯୁବ ନେତାଙ୍କ ହତ୍ୟା ମାମଲାରେ ଆଜି ୨ ଜଣ ଗିରଫ ହୋଇଛନ୍ତି। ବି‌ଜେପି ଯୁବ ମୋର୍ଚ୍ଚା ନେତା ପ୍ରବୀଣ ନେତ୍ତାରୁଙ୍କ ହତ୍ୟା ମାମଲାରେ ମାଙ୍ଗାଲୋର ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୨ ଜଣ ବ୍ୟକ୍ତି ହେଉଛନ୍ତି ଶାଫିକ ବଲ୍ଲେରେ ଏବଂ ଜାକିର ସୁଭାନୁରୁ। ଆଜି ପୁଲିସ ଏହି ମାମଲାରେ ୨୧ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe