କୋର୍ଟରେ ଗ୍ୟାଙ୍ଗଷ୍ଟରର ହତ୍ୟା ପରେ ଏହି ନିର୍ଦ୍ଦେଶ ଦେଲେ ଯୋଗୀ

କୋର୍ଟରେ ଗ୍ୟାଙ୍ଗଷ୍ଟରର ହତ୍ୟା ପରେ ଏହି ନିର୍ଦ୍ଦେଶ ଦେଲେ ଯୋଗୀ

OpIndia

ଲକ୍ଷ୍ନୌ: ଲକ୍ଷ୍ନୌର ଏକ କୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜୀବାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆକ୍ସନମୋଡକୁ ଚାଲିଆସିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ଜଣିଆ ଏସଆଇଟିରେ ଏଡିଜି ଟେକ୍ନିକାଲ ମୋହିତ ଅଗ୍ରୱାଲ, ଆଇପିଏସ ନୀଳାବଜା ଚୌଧୁରୀ ଏବଂ ଅଯୋଧ୍ୟା ଆଇଜି ପ୍ରବୀଣ କୁମାର ରହିବେ। ସପ୍ତାହକ ମଧ୍ୟରେ ତଦନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହତ୍ୟା କାଣ୍ଡ ପରେ କୋର୍ଟ ପରିସରରେ ପହଞ୍ଚିଥିବା ଲକ୍ଷ୍ନୌ ପୁଲିସ କମିଶନର ଏସ୍ ବି ଶିରୋଦକର କହିଛନ୍ତି, ଲକ୍ଷ୍ନୌ ଜେଲରେ ବନ୍ଦୀ ଥିବା ସଞ୍ଜୀବକୁ ଏକ ମାମଲାର ଶୁଣାଣି ପାଇଁ ଅଦାଲତକୁ ଅଣାଯାଇଥିଲା। ସେ ପଶ୍ଚିମ ଉତ୍ତରପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀ ଗ୍ୟାଙ୍ଗର ସଦସ୍ୟ ବୋଲି ଅନୁମାନ କରାଯାଉଛି । ତା ବିରୋଧରେ ଜଣେ ବିଜେପି ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ସଞ୍ଜୀବ ଜୀଭାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିର ପରିଚୟ ମିଳିଛି। ତା ନାଁ ବିଜୟ ଯାଦବ। ସେ ଜୌନପୁରର ବାସିନ୍ଦା । ସେ ଜଣେ ଓକିଲ ଭାବେ କୋର୍ଟରେ ପହଞ୍ଚିଥିଲା ଓ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ଗୁଳି ମାଡ଼ ଯୋଗୁଁ ଘଟଣାସ୍ଥଳରେ ହିଁ ସଂଜୀବର ମୃତ୍ୟୁ ହୋଇଥିଲା । ହତ୍ୟାର କାରଣ ଜଣାପଡ଼ିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe