ଖଡ଼ଗେଙ୍କୁ ଟାର୍ଗେଟ୍‌ କଲେ ଯୋଗୀ: ଆପଣଙ୍କ ମା’-ଭଉଣୀଙ୍କୁ ରଜାକର ଜିଅନ୍ତା ଜାଳିଥିଲେ

Advertisment

ମହାରାଷ୍ଟ୍ର ଆଚଳପୁରରେ ଏକ ନିର୍ବାଚନୀ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ତୁଷ୍ଟୀକରଣ ରାଜନୀତି’ ନିମନ୍ତେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ମହାରାଷ୍ଟ୍ର ଆଚଳପୁରରେ ଏକ ନିର୍ବାଚନୀ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ତୁଷ୍ଟୀକରଣ ରାଜନୀତି’ ନିମନ୍ତେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

gdjggj

Business Today

ମୁମ୍ବାଇ: ମହାରାଷ୍ଟ୍ର ଆଚଳପୁରରେ ଏକ ନିର୍ବାଚନୀ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ‘ଏକ ନିଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ତୁଷ୍ଟୀକରଣ ରାଜନୀତି’ ନିମନ୍ତେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶ ବିଭାଜନ ପରବର୍ତ୍ତୀ ଦଙ୍ଗାରେ ହାଇଦ୍ରାବାଦ ନିଜାମଙ୍କ ରଜାକର ସେନା ଖଡ଼ଗେଙ୍କ ସମଗ୍ର ଗାଁକୁ ପୋଡ଼ି ଦେଇଥିଲେ ଏବଂ ଖଡ଼ଗେଙ୍କ ମା’ ଓ ଭଉଣୀଙ୍କୁ ମଧ୍ୟ ଜିଅନ୍ତା ଜାଳିଦେଇଥିଲେ। 

ମୋ ଉପରେ ନୁ‌ହେଁ ନିଜାମଙ୍କ ଉପରେ କ୍ରୋଧ କରନ୍ତୁ

ଯୋଗୀ ଆଦିତ୍ୟନାଥ ପୁଣିଥରେ ହିନ୍ଦୁଙ୍କ ଏକତା ନିମନ୍ତେ ଆହ୍ବାନ ଦେଇ, ‘ବଟେଙ୍ଗେ ତୋ କଟେଙ୍ଗେ’ (ଯଦି ହିନ୍ଦୁ ବିଭାଜିତ ହୁଅନ୍ତି ତେବେ ସହଜରେ ଧ୍ବଂସ ପାଇବେ) ସ୍ଲୋଗାନ ଦେଇଥିଲେ। ସେ କହିଛନ୍ତି,‌ ସେ ଜଣେ ଯୋଗୀ ଏବଂ ତାଙ୍କ ନିମନ୍ତେ ଦେଶ ହିଁ ପ୍ରଥମ ଅଟେ।   ୧୯୪୮ରେ ହାଇଦ୍ରାବାଦ ନିଜାମଙ୍କ ରଜାକର ସେନାର ଦମନଲୀଳା କଥା ସ୍ମରଣ କରି ସେ କହିଥିଲେ, ଖଡ଼ଗେଜୀ, ଯଦି କ୍ରୋଧ କରିବାର ଅଛି ତେବେ  ନିଜାମ ଉପରେ କରନ୍ତୁ। ହାଇଦ୍ରାବାଦ ନିଜାମଙ୍କ ରଜାକର ତୁମ ଗାଁ ପୋଡ଼ି ଦେଇଥିଲେ। ମା’, ଭଉଣୀଙ୍କୁ ହତ୍ୟା କରିଥିଲେ। ଏହି ସତ୍ୟ ଦେଶବାସୀଙ୍କ ସମ୍ମୁଖରେ ରଖନ୍ତୁ ଓ ତୁଷ୍ଟୀକରଣ ରାଜନୀତିରୁ ଦୂରେଇ ରୁହନ୍ତୁ ବୋଲି ଯୋଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe