Image Source: Hindustan Times
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦସିଂହ ବିଷ୍ଟ୍(୮୯)ଙ୍କର ଆଜି ସକାଳେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛିା ତେବେ ଦେଶରେ ସମ୍ପ୍ରତି ଜାରି ରହିଥିବା ଲକ୍ଡାଉନ୍ କଟକଣାକୁ ଉଲ୍ଲଂଘନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ମଙ୍ଗଳବାର ହେବାକୁ ଥିବା ବାପାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେନି ବୋଲି ସ୍ପଷ୍ଟ କରିଛନ୍ତିା ସେହିପରି ତାଙ୍କ ଆତ୍ମୀୟମାନେ ମଧ୍ୟ ଲକ୍ଡାଉନ୍ ଆଇନକୁ ଠିକ୍ରେ ଅନୁପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତିା
ଆଦିତ୍ୟନାଥଙ୍କ ବାପା ସ୍ବର୍ଗତ ବିଷ୍ଟ୍ ଯକୃତ ଓ ବୃକକ୍ ଜନିତ ସମସ୍ୟାରେ ପୀଡି଼ତ ଥାଇ ଗତ ମାସ ୧୩ ତାରିଖରୁ ଏମ୍ସରେ ଭର୍ତ୍ତି ହୋଇଥିଲୋ ତେବେ ସେବେଠାରୁ ସେ ସେଠାରେ ଆଇସିୟୁ ଭିତରେ ଭେଣ୍ଟିଲେଟର ସହାୟତାରେ ରହିଥିଲୋ ଆଜି ସକାଳ ୧୦ଟା ୪୪ରେ ତାଙ୍କର ବହୁବିଧ ପ୍ରତ୍ୟଙ୍ଗ ନିଷ୍କ୍ରିୟ ହୋଇପଡି଼ବା ସହ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ବୋଲି ଉତ୍ତରପ୍ରଦେଶ ଗୃହ ବିଭାଗର ଅତିରିକ୍ତ ପ୍ରମୁଖ ସଚିବ ଅବନୀଶ ଅବସ୍ତି କହିଛନ୍ତିା ତେବେ ଆସନ୍ତାକାଲି ହେବାକୁ ଥିବା ବାପାଙ୍କ ଅନ୍ତିମ ସତ୍କାରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗଦେବେନି ବୋଲି ଟ୍ବିଟ୍ କରି କହିିଛନ୍ତିା ସେହିପରି ବାପାଙ୍କ ଶେଷକୃତ୍ୟରେ ସର୍ବନିମ୍ନ ଆତ୍ମୀୟ ସୋଦର ଉପସ୍ଥିତ ରହିବା ପାଇଁ ମଧ୍ୟ ସେ ଅନ୍ୟମାନଙ୍କୁୁ ପରାମର୍ଶ ଦେଇଛନ୍ତିା ଲକ୍ଡାଉନ୍ ସ୍ଥିତି ହଟିଲା ପରେ ସେ ଘରଲୋକଙ୍କୁ ଯାଇ ଭେଟିବେ ବୋଲି କହିଛନ୍ତିା
Follow Us