ରାମମନ୍ଦିର ଧୋଇବା ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ଯୋଗୀଙ୍କ କଡ଼ା ଜବାବ୍

Advertisment
ରାମମନ୍ଦିର ଧୋଇବା ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ଯୋଗୀଙ୍କ କଡ଼ା ଜବାବ୍

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେ ସଂସଦୀୟ ନିର୍ବାଚନମଣ୍ଡଳୀରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶନିବାର ଇଣ୍ଡିଆ ମେଣ୍ଟ ଏବଂ ଏହାର ସହଯୋଗୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜଣେ କଂଗ୍ରେସ ରାଜ୍ୟ ସଭାପତି ଏଠାକୁ ଆସି କହିଛନ୍ତି ଯେ, ଯଦି କଂଗ୍ରେସ ସରକାର ଆସନ୍ତି ତେବେ ରାମ ମନ୍ଦିରକୁ ଧୁଆଯିବ।

ମନ୍ଦିର ଧୋଇବା ବହୁତ ଦୂରର କଥା। ଲୋକେ ଏଭଳି ଦଳଙ୍କୁ ନିର୍ବାଚନରେ କଡ଼ା ଜବାବ୍ ଦେବେ। ସେମାନେ ଅଯୋଧ୍ୟାରେ ପହଞ୍ଚି ପାରିବେ ନାହିଁ। ଦେଶରେ ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଆ ମେଣ୍ଟ ଷଡ଼ଯନ୍ତ୍ର କରିଛି। ଏହାକୁ କେବେ ମଧ୍ୟ ସଫଳ ହେବାକୁ ଦିଆଯିବ ନାହିଁ।

ଆମ ପାଇଁ ଏହି ନିର୍ବାଚନ ହେଉଛି ଭାରତକୁ ବିଶ୍ୱର ସବୁଠାରୁ ବଡ ଶକ୍ତି ଭାବରେ ବିକଶିତ କରିବା। ଯାହାଦ୍ବାରା ଭାରତ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିପାରିବ। ଯେଉଁମାନେ କହୁଛନ୍ତି ଯେ ପିଏମ ନରେନ୍ଦ୍ର ମୋଦୀ କ’ଣ କରିଛନ୍ତି, ସେମାନଙ୍କୁ ପ୍ରଥମେ ଉତ୍ତର ଦିଆଯିବା ଆବଶ୍ୟକ ଦେଶର ୨୫ କୋଟି ଲୋକଙ୍କୁ ମୋଦୀ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିଛନ୍ତି। ଏହା ହେଉଛି 'ନ୍ୟୁ ଇଣ୍ଡିଆ' । ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ବୋଲି ଯୋଗୀ କହିଛନ୍ତି।

ଉତ୍ତରପ୍ରଦେଶରେ ମୁସଲମାନ୍‌ଙ୍କ ଜନସଂଖ୍ୟା ୬.୫ କୋଟି ରହିଛି। କିନ୍ତୁ ରାଜ୍ୟରେ ଗତ ୭ ବର୍ଷରେ କୌଣସି ଦଙ୍ଗା ହୋଇନାହିଁ। ବର୍ତ୍ତମାନର କଂଗ୍ରେସ ମହାତ୍ମାଗାନ୍ଧୀଙ୍କ କଂଗ୍ରେସ ନୁହେଁ। ଏହା ସର୍ଦ୍ଦାର ବଲଭଭାଇ ପଟେଲ ଅବା ଲୋକମାନ୍ୟ ତିଲକଙ୍କ କଂଗ୍ରେସ ନୁହେଁ। ଏହା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କଂଗ୍ରେସ। ଏଥିରେ ମୂଳ କଂଗ୍ରେସର ଚିନ୍ତାଧାରା ନାହିଁ। ଏହା କଂ‌ଗ୍ରେସର ଏକ ବିକୃତ ସଂସ୍କରଣ ବୋଲି ଯୋଗୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe