ସିଞ୍ଜୋ ଆବେଙ୍କ ସ୍ଥାନରେ ଜାପାନର ପ୍ରଧାନମନ୍ତ୍ରୀ ହେବେ ୟୋଶିହିଡ଼େ ସୁଗା

ସିଞ୍ଜୋ ଆବେଙ୍କ ସ୍ଥାନରେ ଜାପାନର ପ୍ରଧାନମନ୍ତ୍ରୀ ହେବେ ୟୋଶିହିଡ଼େ ସୁଗା

Image Courtesy of Hindustan Times

ଟୋକିଓ: ସୋମବାର ଦିନ ୟୋଶିହିଡ଼େ ସୁଗା ଜାପାନର ଶାସକ ଦଳର ନୂତନ ମୁଖ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ସିଞ୍ଜୋ ଆବେଙ୍କ ସ୍ଥାନରେ ସେ ଜାପାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଇସ୍ତଫା ଦେବେ ବୋଲି ଗତ ମାସରେ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କର ଉତ୍ତରାଧିକାରୀ ହେବା ଲାଗି ସୁଗା ଶାସକ ‘ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ନିର୍ବାଚନରେ ୩୭୭ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅନ୍ୟ ଦୁଇ ପ୍ରତିଦ୍ବନ୍ଦ୍ବୀ ମିଳିତ ଭାବେ ପାଇଛନ୍ତି ୧୫୭ ଖଣ୍ଡ ଭୋଟ୍‌।

publive-image Image Courtesy of BBC

ଦଳୀୟ ଭୋଟ୍‌ରେ ସମ୍ପ୍ରତି ଆବେଙ୍କ ସରକାରରେ ମୁଖ୍ୟ କ୍ୟାବିନେଟ୍‌ ସେକ୍ରେଟେରି ଥିବା ସୁଗାଙ୍କ ବିଜୟ ସୁନିଶ୍ଚିତ କରିଛି ଯେ, ବୁଧବାର ଦିନ ହେବାକୁ ଥିବା ପାର୍ଲାମେଣ୍ଟାରି ନିର୍ବାଚନରେ ସେ ବିଜୟୀ ହେବେ। ଏହାର କାରଣ ହେଉଛି ମେଣ୍ଟ ଶାସନରେ ‘ଲିବରାଲ୍ ଡେମୋକ୍ରାଟ୍‌’ମାନଙ୍କ ହାତରେ ଥିବା ସଂଖ୍ୟାଗରିଷ୍ଠତା।

ସୁଗା କହନ୍ତି ଯେ, ସେ ଜଣେ ସଂସ୍କାରବାଦୀ ଏବଂ ଅମଲାତନ୍ତ୍ରର ଆଞ୍ଚଳିକ ପ୍ରତିବନ୍ଧକ ଭାଙ୍ଗି ସେ ଯୋଜନା ହାସଲ କରିବା ନିମନ୍ତେ କାର୍ଯ୍ୟ କରିଛନ୍ତି। ଜାପାନରେ ବୈଦେଶିକ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ତାଙ୍କରି ଯୋଗୁଁ ହାସଲ କରାଯାଇଥିଲା। ଏଥିଲାଗି ସେ ସେଲ୍‌ଫୋନ୍ ବିଲ୍ ହ୍ରାସ କରିଥିଲେ ଓ କୃଷିଜାତ ରପ୍ତାନିକୁ ସୁଦୃଢ଼ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe