ଇଏ ସେହି ଦାଢ଼ି ରଖିଥିବା ବ୍ୟକ୍ତି... ଯିଏ ଜ୍ୟୋତିଙ୍କ ସହ ପାକିସ୍ତାନରେ ଭେଟ ହୋଇଥିଲେ, ପହଲଗାମ୍ ହମଲା ପରେ କେକ୍ ଧରି ଦୂତାବାସକୁ ଯାଉଥିଲେ...

cakefr

Photograph: (sambad.in)

ନୂଆଦିଲ୍ଲୀ: ପାକିସ୍ତାନର ବଡ ବଡ ଅଧିକାରୀଙ୍କ ସହ ସମ୍ପର୍କରେ ଥିଲେ ହରିୟାଣାର ୟୁଟ୍ୟୁବର ତଥା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରା । ଯାହା ତାଙ୍କ ବିଭିନ୍ନ ଭିଡିଓରେ ଦେଖିଥିବାକୁ ମିଳିଥିବା ବେଳେ ଜ୍ୟୋତି ପାକିସ୍ତାନ ଗସ୍ତ ବେଳେ ଯେଉଁ ବ୍ୟକ୍ତିଙ୍କୁ ଭେଟି ଫଟୋ ଉଠାଇଥିଲେ ଏବଂ ତାଙ୍କ ସହ ଭିଡିଓ କରିଥିଲେ... ଆପଣ ଜାଣିଲେ ଆଶ୍ଚର୍ଯ୍ଯ  ହେବେ ଇଏ ସେହି ଲୋକ ଯିଏ ପହଲଗାମ୍ ଆତଙ୍କୀ ଆକ୍ରମଣ ପରଦିନ ଦିଲ୍ଲୀ ସ୍ଥିତ ପାକ୍ ଦୂତାବାସକୁ କେକ୍ ନେଇଯାଉଥିଲେ । ହଁ ଆଜ୍ଞା ଇଏ ସେହି ଲୋକ... 

୨୪ ଏପ୍ରିଲ ୨୦୨୫, ମାନେ ପହଲଗାମ୍ ହମଲାର ଠିକ୍ ୨ ଦିନ ପରେ । ସମୟ ସକାଳ ୧୦ଟା ୪୦ । ଏକ କେକ୍ ଧରି ଦାଢି ରଖିଥିବା ବ୍ୟକ୍ତି ଜଣଙ୍କ ଦିଲ୍ଲୀ ସ୍ଥିତ ପାକ୍ ଦୂତାବାସକୁ ଫୋନରେ କଥା ହୋଇ ହୋଇ ଯାଉଥିଲେ । ସେଠାରେ ଥିବା ସାମ୍ବାଦିକମାନେ ତାଙ୍କୁ କେଉଁ ଖୁସିରେ କେକ୍ କଟା ହେବ, କଣ ପାଇଁ କେକ୍ ନେଇ ଯାଉଛ ବୋଲି ପ୍ରଶ୍ନ କରିଥିଲେ ବି ସେ ପାଟି ଖୋଲି ନଥିଲେ ଯାହାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା। 

ଆଉ ସେହି ଦାଢି ରଖିଥିବା ବ୍ୟକ୍ତି ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପାକିସ୍ତାନରେ ଭେଟ ହୋଇଥିବା ଜ୍ୟୋତିଙ୍କ ଭିଡିଓରେ ଥିବା ସାମ୍ନାକୁ ଆସିଛି । ଏଥିରୁ ଅନୁମାନ କରନ୍ତୁ ଜ୍ୟୋତି ଭାରତରେ ରହି କେମିତି ନିଜ ଦେଶର ତଥ୍ୟକୁ ଶତ୍ରୁଙ୍କ ହାତକୁ ଟେକି ଦେବାକୁ ବସିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe