Image Courtesy of Indian Express
ନୂଆଦିଲ୍ଲୀ: କନ୍ଫର୍ମ ହୋଇଥିବା ରେଳ ଟିକିଟ୍ ଅନ୍ୟ କାହାକୁ ହସ୍ତାନ୍ତର କରିବା ନିମନ୍ତେ ୧୯୯୦ ମସିହାରେ କରାଯାଇଥିବା ଏକ ସ୍ୱଳ୍ପ-ପରିଚିତ ନିୟମକୁ କେତେକ ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ପୋଷ୍ଟିଙ୍ଗ୍ କରାଯିବା ପରେ ଏହାକୁ ଯାତ୍ରୀମାନଙ୍କ ନିମନ୍ତେ ସଦ୍ୟତମ ଆଶ୍ୱସ୍ତି ବୋଲି କଥା ଉଠିଛି।
୧୯୯୦ରେ ପ୍ରସ୍ତୁତ ଏବଂ ୧୯୯୭ ଓ ୨୦୦୨ରେ ସଂଶୋଧିତ ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଜଣେ ବ୍ୟକ୍ତି ତାଙ୍କ କନ୍ଫର୍ମ ଟିକିଟ୍କୁ ପରିବାର ଯେ କୌଣସି ସଦସ୍ୟଙ୍କୁ ଦେଇ ପାରିବେ। ସେ ବାପା, ମାଆ, ଭାଇଭଉଣୀ, ପିଲାଛୁଆ କି, ପତିପତ୍ନୀ ହୁଅନ୍ତୁ।
ଟିକିଟ୍ ହସ୍ତାନ୍ତର କରିବାକୁ ହେଲେ ସମ୍ପୃକ୍ତ ଟ୍ରେନ୍ ଛାଡ଼ିବାର ୨୪ ଘଣ୍ଟା ଆଗରୁ ଆବେଦନ କରିବାକୁ ପଡ଼ିବ। ନିୟମ ଅନୁସାରେ, ଟିକିଟ୍ ଡିୟୁଟି ପାଇଁ ଯାତ୍ରା କରୁଥିବା ଅନ୍ୟ ଜଣେ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଟିକିଟ୍ ହସ୍ତାନନ୍ତର କରିହେବ।
ବରଯାତ୍ରୀରେ ଥିବା ମୁରବି ଚାହିଁଲେ ସେ ବରଯାତ୍ରୀର ଯେକୌଣସି ସଦସ୍ୟଙ୍କ ଟ୍ରେନ୍ ଟିକିଟ୍କୁ ଅନ୍ୟ ଯେ କୌଣସ ସଦସ୍ୟଙ୍କୁ ଟ୍ରାନ୍ସ୍ଫର କରାଇ ପାରିବେ। କିନ୍ତୁ, ସେ ଯାତ୍ରା କରିବାକୁ ଥିବା ଟ୍ରେନ୍ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ।
Follow Us