ଯଦି ଜାମିନ୍‌ ମିଳିବ ତେବେ କୌଣସି ସରକାରୀ କାର୍ଯ୍ୟ କରିବ ନାହିଁ: ସୁପ୍ରିମ୍‌କୋର୍ଟ

Advertisment
ଯଦି ଜାମିନ୍‌ ମିଳିବ ତେବେ କୌଣସି ସରକାରୀ କାର୍ଯ୍ୟ କରିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜେଲ୍‌ରେ ଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଟଝ୍‌କା। ଜାମିନ ଆବେଦନ ନେଇ ଆଜି ବି ଶୁଣାଣି କଲେନାହିଁ ସୁପ୍ରିମ୍‌କୋର୍ଟ। ଆଗାମୀ ତାରିଖରେ ଏହି ମାମଲାର ଶୁଣାଣି କରିବେ ଅଦାଲତ। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳେ, ତେବେ ତାଙ୍କୁ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ। ଅନ୍ୟପକ୍ଷରେ  ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ମେ ୨୦ ତରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସୁପ୍ରିମକୋର୍ଟରରେ ଜଷ୍ଟିସ୍‌ ସଂଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ମାର୍ଚ ୨୧ ତାରିଖରେ ହୋଇଥିବା ଆବେଦନର ଶୁଣାଣି କରି ଏହି ସୂଚନା ଦେଇଛନ୍ତି।

ଶୁଣାଣି ସମୟରେ କୋର୍ଟ ଆମ୍ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋଙ୍କ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂହଭିଙ୍କୁ କହିଛନ୍ତି, ‘‘ ଯଦି ଜାମିନ ମିଳେ ତେବେ କେଜ୍ରିୱାଲ ଅଫିସରେ ଯୋଗଦେବେ, ଫାଇଲରେ ଦସ୍ତଖତ କରିବେ ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେବେ।’’

ଏହାର ଉତ୍ତରରେ ଓକିଲ ଅଭିଷେକ ମନୁ ସିଂହଭି କହଥିଲେ କି ‘କେଜ୍ରିୱାଲ୍‌ ମଦ ନୀତି ମାମଲାର ମୁକାବିଲା କରିବେ ନାହିଁ। ସେ କେବଳ ମୁଖ୍ୟମନ୍ତ୍ରୀ ରହିବେ।’’ ଏହା ପରେ ଖଣ୍ଡପୀଠ ପକ୍ଷରୁ ଶୁଣାଣି ହୋଇଥିଲା ଯେ ଯଦି ଆପ୍‌ ମୁଖ୍ୟଙ୍କୁ ମୁକ୍ତ କରାଯାଏ, ତେବେ ସେ କୌଣସି ସରକାରୀ କାର୍ଯ୍ୟ ତୁଲାଇବେ ନାହିଁ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe