ଭାରତ ଧର୍ମନିରପେକ୍ଷ ହେଉ ଆପଣ ଚାହୁଁ ନାହାନ୍ତି: ଅଇନଜୀବୀଙ୍କ ଯୁକ୍ତି ଉପରେ ଏସସିଙ୍କ ମନ୍ତବ୍ୟ

Advertisment

ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦ ତଥା ଧର୍ମନିରପେକ୍ଷ ଭଳି ଶବ୍ଦ ହଟାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି...

ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦ ତଥା ଧର୍ମନିରପେକ୍ଷ ଭଳି ଶବ୍ଦ ହଟାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏହି ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି...

9amzmppbas

ନୂଆଦିଲ୍ଲୀ:  ସୁପ୍ରିମକୋର୍ଟରେ ଏକ ପିଟିସନର ସୋମବାର ସମ୍ବିଧାନର ପ୍ରସ୍ତାବନାରୁ ସମାଜବାଦ ତଥା ଧର୍ମନିରପେକ୍ଷ ଭଳି ଶବ୍ଦ ହଟାଇବାକୁ ନେଇ ହୋଇଥିବା ପିଟିସନ୍ ଉପରେ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟ କଡ଼ା ମନ୍ତବ୍ୟ ଦେଇଛନ୍ତି।

ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ଦୁଇଟି ଶବ୍ଦ ସମ୍ବିଧାନର ଗଠନର ଏକ ମୌଳିକ ଅଂଶ। ଏଭଳି ମାମଲା କୋର୍ଟରେ ଶୁଣାଣି ହୋଇସାରିଛି। ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କ ଡିଭିଜନ ବେଞ୍ଚରେ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ।

ଜୈନ କହିଥିଲେ ଯେ ୧୯୭୬ରେ ସମ୍ବିଧାନରେ ୪୨ ତମ ସଂଶୋଧନ କରାଯାଇଥିଲା। ଏନେଇ ସଂସଦରେ ବିତର୍କ ହୋଇ ନ ଥିଲା। ଏକ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିତର୍କ ହୋଇସାରିଛି। ଆପଣ ଅପସାରଣ କରିବାକୁ ଦେଇଥିବା ଶବ୍ଦର ବିଭିନ୍ନ ବ୍ୟାଖ୍ୟା ଅଛି।

ଏହାପୂର୍ବରୁ ମଧ୍ୟ କୋର୍ଟ ଏହି ଶବ୍ଦଗୁଡ଼ିକୁ ସମ୍ବିଧାନର ମୌଳିକ ଗଠନର ଏକ ଅଂଶ ଭାବରେ ବିବେଚନା କରିଛନ୍ତି। ଭାରତ ଏକ ଧର୍ମନିରପେକ୍ଷ ଦେଶ ହେଉ ଏହା ଆପଣ ଚାହୁଁ ନାହାଁନ୍ତି କି ବୋଲି ଶୀର୍ଷକୋର୍ଟ ପ୍ରଶ୍ନ କରିଥିଲେ।

ଆଇନଜୀବୀ କୋର୍ଟରେ କହିଥିଲେ ଯେ, ସେ କେବଳ ଏହି ସଂଶୋଧନକୁ ଚ୍ୟାଲେଞ୍ଜ କରୁଛନ୍ତି। ସେ ଆଦୌ ବିଶ୍ୱାସ କରନ୍ତି ନାହିଁ ଯେ ଭାରତ ଧର୍ମନିରପେକ୍ଷ। ଆଇନଜୀବୀ କହିଥିଲେ ବାବା ସାହେବ ଭୀମରାଓ ଆମ୍ବେଦକର ବିଶ୍ୱାସ କରୁଥିଲେ ଯେ ସମାଜବାଦ ଶବ୍ଦର ବ୍ୟବହାର ସ୍ୱାଧୀନତାକୁ ବାରଣ କରିବ। ଜଷ୍ଟିସ ଖାନ୍ନା ଜୈନଙ୍କୁ ପଚାରିଥିଲେ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଯାଇପାରିବ କି? ଏହି ସମୟ ମଧ୍ୟରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ତାଙ୍କର ଯୁକ୍ତି ଉପସ୍ଥାପନ କରିଥିଲେ।

ସେ କହିଥିଲେ ଯେ ଏହି ଦୁଇଟି ଶବ୍ଦ ଯୋଡି ଭାନୁମତୀର ପେଡ଼ି ଖୋଲାଯାଇଥିବା ପ୍ରତୀତ ହୋଇଥିବା ଜଣାପଡିଛି। ଆମେ ସବୁବେଳେ ଧର୍ମନିରପେକ୍ଷ ରହିଛୁ। ଆସନ୍ତାକାଲି ଗଣତନ୍ତ୍ର ଶବ୍ଦକୁ ହଟାଇ କିଛି ମଧ୍ୟ କରାଯାଇପାରିବ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ପାଇଁ ପରବର୍ତ୍ତୀ ତାରିଖ ଭାବରେ ନଭେମ୍ବର ୧୮ କୁ ସ୍ଥିର କରିଛନ୍ତି। 

ସୂଚନାଯୋଗ୍ୟ, ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଏବଂ ବଳରାମ ସିଂଙ୍କ ତରଫରୁ ଏହି ଆବେଦନ କରାଯାଇଛି। ଯେଉଁଥିରେ ସମ୍ବିଧାନର ପ୍ରାରମ୍ଭରୁ ସମାଜବାଦ ଏବଂ ଧର୍ମନିରପେକ୍ଷ ଶବ୍ଦଗୁଡ଼ିକୁ ହଟାଇବାକୁ ଏକ ଦାବି କରାଯାଇଛି। ୧୯୭୬ରେ ଯେତେବେଳେ ସମ୍ବିଧାନରେ ସଂଶୋଧନ କରାଯାଇଥିଲା।

ସେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ। ଆବେଦନରେ ଏହା ଉଲ୍ଲେଖ କରାଯାଇଛି ଯେ, ଏହି ଶବ୍ଦଗୁଡ଼ିକୁ ସମ୍ବିଧାନର ପ୍ରସ୍ତାବନାରେ ଯୋଡ଼ିବା ହେଉଛି ଧାରା ୩୬୮ ଅନ୍ତର୍ଗତ ସଂସଦକୁ ଦିଆଯାଇଥିବା ସମ୍ବିଧାନ ସଂଶୋଧନ କରିବାର କ୍ଷମତାର ଅପବ୍ୟବହାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe