ଆମ ରାଜ୍ୟର ‘ଡିଜି’ ଠିକ୍‌ ଉତ୍ତମ କୁମାରଙ୍କ ଭଳି ଦିଶୁଛନ୍ତି: ମମତା ବାନାର୍ଜୀ

Advertisment
ଆମ ରାଜ୍ୟର ‘ଡିଜି’ ଠିକ୍‌ ଉତ୍ତମ କୁମାରଙ୍କ ଭଳି ଦିଶୁଛନ୍ତି: ମମତା ବାନାର୍ଜୀ

Image Courtesy of Zee News

କୋଲ୍‌କାତା: ଆପଣ ଠିକ୍‌ ଉତ୍ତମ କୁମାରଙ୍କ ଭଳି ଦିଶୁଛନ୍ତି କହି ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ ମହାନିର୍ଦେଶକ ମନୋଜ ମାଲଭୀୟଙ୍କୁ ପ୍ରଶଂସା କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ଦିନ ଦୁର୍ଗାପୁରରେ ଆୟୋଜିତ ପ୍ରଶାସନିକ ବୈଠକରେ ଉଦ୍‌ବୋଧନ ଦେବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପିଲାବେଳୁ କୃଷିକ୍ଷେତ୍ରରେ ଥିବା ତାଙ୍କର ଦକ୍ଷତା କଥା କହିଥିଲେ।

ସେ କହିଲେ, ମୁଁ ଧାନ ରୋଇ ପାରେ ଏବଂ ଅମଳ ବି କରିପାରେ। ମୁଁ ଅନ୍ୟମାନଙ୍କ ଅପେକ୍ଷା ଭଲ ରୂପେ ଧାନ ରୋଇ ପାରେ ଓ ଧାନ ଅମଳ ବି କରିପାରେ। ପିଲାଦିନେ ମୁଁ ଧାନ ବିକ୍ରି ପଇସାରେ ଆଳୁଚପ୍‌ କିଣୁଥିଲି।

ନିଜ ବକ୍ତବ୍ୟ ଶେଷ କରିବା ପରେ ରାଜ୍ୟ ବିଷୟରେ କିଛି କହିବାକୁ ଥିଲେ କୁହନ୍ତୁ ବୋଲି ସେ ପୁଲିସ ମହାନିର୍ଦେଶକ ମନୋଜ ମାଲଭୀୟଙ୍କୁ କହିଥିଲେ। ମାଲଭୀୟ କହିବା ଆରମ୍ଭ କରିବା କ୍ଷଣି ବକ୍ତବ୍ୟ ମଝିରେ ବାଧା ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଆମ ଡି.ଜି. ଭାରି ଶାନ୍ତଶିଷ୍ଟ। ମୋର ମନେହୁଏ ଆମ ଡି.ଜି. ଠିକ୍‌ ଉତ୍ତମ କୁମାରଙ୍କ ପରି (ପଶ୍ଚିମବଙ୍ଗର ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା) ଦିଶୁଛନ୍ତି। ନୁହେଁ?

publive-image Image Courtesy of The Telegraph India

ପୁଲିସ ମହାନି‌ର୍ଦେଶଙ୍କ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରକାର ମନ୍ତବ୍ୟ ଶୁଣି ବୈଠକରେ ଉପସ୍ଥିତ ବ୍ୟକ୍ତିମାନେ ହସି ପକାଇଥିଲେ।

ଉଲ୍ଲେଖଯୋଗ୍ୟ, ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ କାମରେ ମନୋନିବେଶ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ କହୁଛନ୍ତି। ଉକ୍ତ ପ୍ରଶାସନିକ ବୈଠକରେ ସେ କହିଛନ୍ତି, ମନେରଖନ୍ତୁ, ଯଦି ଗାଁର ରାସ୍ତା ଖରାପ ଥିବ କେହି ଭୋଟ୍‌ ପାଇବେ ନାହିଁ। ରାସ୍ତା ଭଲ ଥିଲେ ଲୋକେ ଖୁସିରେ ଭୋଟ୍‌ ଦେବେ।

ପ୍ରୟୋଜନ ହେଲେ, ରାସ୍ତା ନିର୍ମାଣ ପାଇଁ ସେ ଏକାକିନୀ ଇଟା ମୁ‌ଣ୍ଡାଇ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe