ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମ୍ କୋର୍ଟ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କୁ କହିଲେ ତାଙ୍କୁ ଛୁଟିରେ ପଠାଇବାକୁ ମିଳିଥିବା ସରକାରୀ ଆଦେଶ ବିରୋଧରେ ଚାଲେଞ୍ଜ୍ କରିବାକୁ ସେ କାହିଁକି ବିଳମ୍ବ କଲେ। ଆଜି ସକାଳେ ପିଟିସନ୍ ଦାଏର୍ କରିଥିବା କଥା ସେ ବସ୍ ଫେଲ୍ ହେବା ସଙ୍ଗେ ସମାନ ବୋଲି ସୁପ୍ରିମ୍ କୋର୍ଟ ଉଦାହଣ ଦେଇଛନ୍ତି।
ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ତଥା ଆସ୍ଥାନାଙ୍କ ଓକିଲ ମୁକୁଳ ରୋହତଗି ଯେତେବେଳେ କହିଲେ କି, ସେ ମଧ୍ୟ ପିଟିସନ୍ ଦାଏର୍ କରିଛନ୍ତି, ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଲେ: ଆପଣ କାହିଁକି ବିଳମ୍ବ କଲେ? ଆପଣ ବସ୍ ଫେଲ୍ ହୋଇଛନ୍ତି। ଆପଣଙ୍କ ପିଟିସନ୍ ଆମ ପାଖରେ ପହଞ୍ଚି ପାରି ନାହିଁ।
ବର୍ମାଙ୍କ ତରଫରୁ ବରିଷ୍ଠ ଓକିଲ ଫଲି ନରିମ୍ୟାନ୍ ସରକାରୀ ଆଦେଶକୁ ଚାଲେଞ୍ଜ୍ କରି ସେଇ ଦିନ ହିଁ ପିଟିସନ୍ ଦାଏର୍ କରି।
ଆସ୍ଥାନାଙ୍କ ଓକିଲ ମୁକୁଳ ରୋହତଗି ଶୁକ୍ରବାର ଅର୍ଥାତ୍ ଆଜି ସକାଳେ ପିଟିସନ୍ ଦାଏର୍ କରିଥିଲେ।
Follow Us