ସପ୍ତାହକୁ ମାତ୍ର ୪ଦିନ କରିବାକୁ ହେବ କାମ, କଟିବ ନାହିଁ ଦରମା

Advertisment
ସପ୍ତାହକୁ ମାତ୍ର ୪ଦିନ କରିବାକୁ ହେବ କାମ, କଟିବ ନାହିଁ ଦରମା

ନୁଆଦିଲ୍ଲୀ: ସପ୍ତାହକୁ ମିଳିବ ୩ଦିନ ଛୁଟି। ଏବେ ଲୋକଙ୍କୁ ୬ଦିନ ବଦଳରେ ମାତ୍ର ୪ଦିନ କାମ କରିବାକୁ ହେବ। ତେବେ ଏମିତିକି କାମ ସରିବା ପରେ ଅଫିସ ସହ ଜଡ଼ିତ କୌଣସି ମେସେଜର ଜବାବ ଦେବାର ମଧ୍ୟ ଚାପ ରହିବ ନାହିଁ। ଏହି ନିୟମ ଭାରତରେ ନୁହେଁ ବରଂ ବେଲଜିୟମରେ ଲାଗୁ ହେବ ବୋଲି ଜଣାପଡ଼ିଛି। ‌ସେଠାରେ ବର୍ତ୍ତମାନ କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନ କାମ କରିବାକୁ ପଡିବ। କର୍ମଚାରୀମାନେ ସେମାନଙ୍କର କ‌ାମ ସରିବା ପରେ ଅଫିସରୁ ଯାଉଥିବା ବାର୍ତ୍ତାଗୁଡ଼ିକୁ ଅଣଦେଖା କରିବାର ଅଧିକାର ମଧ୍ୟ ପାଇବେ। କୋଭିଡ ପରେ ଦେଶ ଏହାର ଅର୍ଥନୀତି ତଥା ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ଏଭଳି ନିୟମ ତିିଆରି କରିଥିବା ଜଣାପଡ଼ିଛି।

बेल्जियम कर रहा श्रम कानूनों में बदलाव (Representational Image- Reuters)

ବେଲଜିୟମ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ କାର୍ଯ୍ୟ ଜୀବନ ଯୋଗାଇବା ପାଇଁ ବେଲଜିୟମ ସରକାରଙ୍କ ଏହି ପଦକ୍ଷେପ ନେଉଛନ୍ତି। ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନ ଏବଂ ମାତ୍ର ୩୮ଘଣ୍ଟା କାମ କରିବାକୁ ପଡିବ। ୩ଦିନ ଛୁଟି ମିଳୁଥିଲେ ବି କର୍ମଚାରୀମାନଙ୍କ ମାସିକ ଦରମା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe